STORYMIRROR

Bikesh Sahu

Others

4  

Bikesh Sahu

Others

ଚୁଲୀ

ଚୁଲୀ

1 min
162

ଚୁଲୀ !

ଯେଉଁଠି ମୋ ବୋଉ 

ଜାଳି ଦିଏ ତା’ ତମାମ 

ଦୁଃଖ ଆଉ ଯନ୍ତ୍ରଣା ସବୁକୁ ।

ଗୋଟି ଗୋଟି କରି 

ଫୋପାଡି ଚାଲେ 

ଜାଳେଣି କରି 

ତା’ ଜୀବନ ଆଉ ତମାମ ଯୌବନକୁ ।

ସେ ସବୁ ଜଳି ଚାଲେ 

ଆଉ ବୋଉ 

ସେମିତି ଜାଳୁଥାଏ 

ତା’ ଆୟୁଷ ସବୁକୁ 

କେତୋଟି ଭୋକିଲା ପେଟରେ 

ମୁଠାଏ ଭାତ 

ଆଉ ମୁନ୍ଦାଏ ତୋଡ଼ାଣି ଦେବାକୁ ।


Rate this content
Log in