STORYMIRROR

Shankar biswal

Others

3  

Shankar biswal

Others

ଚନ୍ଦ୍ରସେଣା

ଚନ୍ଦ୍ରସେଣା

1 min
174

ବାସୁଦେବ ପୁତ୍ର     ମଦନ ଗୋପାଳର        

ଥିଲା ଯିଏ ବାଲ୍ୟବନ୍ଧୁ,   

ରାଧାନାମେ ତାର    ଚରିତ୍ର ଚିତ୍କଣ        

ଦୁଃଖରେ ଝରେ ତା ଲୁହ ବିନ୍ଦୁ।

ଚନ୍ଦ୍ରସେଣା ଯେ      ବାହା ହୋଇସାରି        

ଭାବୁଥାଏ କୃଷ୍ଣ କଥା,    

କହୁନଥାଏ       କି ସହୁନଥାଏ        

ରଖୁଥାଏ ମୁଣ୍ଡେ ବ୍ୟଥା।

ରାଧାର ଜୀବନ     ରୋଗ ଶର୍ଯ୍ୟା ହୋଇ        

ପଡ଼ିଲା ସେ ଯୋଉଁ ଦିନ,    

କହେ ଚନ୍ଦ୍ରସେଣା     ମଦନ ଗୋପାଳ ଯେ        

ତୁମ ଆଡେ ଦେଲେକି ମନ?

ରୋଗ ଶର୍ଯ୍ୟାରେ       ପଡିଲ ଯେବେଠୁ        

ଆସିନି ଦେଖିବା ପାଇଁ,    

ଲାଜ ଲାଗୁନାହି       ସେମିତି ମୁଁହକୁ        

ମନେ ପକାଉଛ ତାକୁ କାହିଁ ?

ଚନ୍ଦ୍ରସେଣାଙ୍କର      ଭୟ ଛାଡୁନାହିଁ        

କେବେବି ଶ୍ରୀକୃଷ୍ଣ ଫେରିବ,     

ମୁକ୍ତି କରିଦବ       ବାଲ୍ୟ ବନ୍ଧୁକୁ ତାର       

ଚନ୍ଦ୍ରସେଣା କୁ କରିବ ଯେ ବଧ।

ପ୍ରାଣବାୟୁ ଛାଡିଗଲା    ପଛେ ରାଧାଙ୍କର            

ଫେରିନାହିଁ ଗୋପାଳ ,    

ଦଉଡି ଯାଉଛି ଚନ୍ଦ୍ରସେଣା     ଦ୍ବାରିକା ଯେ        

କହିବ ରାଧାଙ୍କ ହୋଈଲା କାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍