STORYMIRROR

Shankar biswal

Others

3  

Shankar biswal

Others

ଚନ୍ଦ୍ରସେଣା

ଚନ୍ଦ୍ରସେଣା

1 min
196

     ବାସୁଦେବ ପୁତ୍ରମଦନ ଗୋପାଳର

    ଥିଲା ଯିଏ ବାଲ୍ୟ ବନ୍ଧୁ  

    ରାଧାନାମେ ତାର ଚରିତ୍ର ଚିତ୍ରଣ

    ଦୁଃଖରେ ଝରେ ତା ଲୁହ ବିନ୍ଦୁ।


    ଚନ୍ଦ୍ରସେଣା ଯେ ବାହା ହୋଇସାରି

    ଭାବୁଥାଏ କୃଷ୍ଣ କଥା  

    କହୁନଥାଏ କି ସହୁନଥାଏ

    ରଖୁଥାଏ ମୁଣ୍ଡେ ବ୍ୟଥା।


    ରାଧାର ଜୀବନ ରୋଗ ଶଯ୍ୟା ହୋଇ

    ପଡ଼ିଲା ସେ ଯୋଉଁ ଦିନ  

    କହେ ଚନ୍ଦ୍ରସେଣା  ମଦନ ଗୋପାଳ ଯେ

    ତୁମ ଆଡେ ଦେଲେକି ମନ?


    ରୋଗଶଯ୍ୟାରେ ପଡିଲ ଯେବେଠୁ

    ଆସିନି ଦେଖିବା ପାଇଁ  

    ଲାଜ ଲାଗୁନାହି ସେମିତି ମୁଁହକୁ

    ମନେ ପକାଉଛ ତାକୁ କାହିଁ ?


    ଚନ୍ଦ୍ରସେଣାଙ୍କର ଭୟ ଛାଡୁନାହିଁ

    କେବେ ବି ଶ୍ରୀକୃଷ୍ଣ ଫେରିବ  

    ମୁକ୍ତି କରିଦବ ବାଲ୍ୟବନ୍ଧୁକୁ ତାର

    ଚନ୍ଦ୍ରସେଣାକୁ କରିବ ଯେ ବଧ।


    ପ୍ରାଣବାୟୁ ଛାଡିଗଲା ରାଧାଙ୍କର

    ଫେରିନାହିଁ ଗୋପାଳ  

    ଦଉଡି ଯାଉଛି ଚନ୍ଦ୍ରସେଣା ଦ୍ୱାରିକା ଯେ

    କହିବ ରାଧାଙ୍କ ହୋଇଲା କାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍