STORYMIRROR

Mamatamanjari Das

Others

4  

Mamatamanjari Das

Others

ଚିତ୍ରକାର

ଚିତ୍ରକାର

1 min
320

ହାତରେ ମୋ ରଙ୍ଗ ତୁଳୀ

ଇଛା ମୋର ଆଙ୍କିବାକୁ ଚିତ୍ରପଟ ତୁମ ,

ବହୁତ ଇଛା ହୁଏ

ରଙ୍ଗ ବେରଙ୍ଗରେ ରଙ୍ଗେଇବାକୁ ତୁମକୁ

ହେଲେ ତୁମକୁ ମୁଁ କେମିତି

ରଙ୍ଗେଇବି ଯେ ??

ତୁମେ ତ ନିଜେ ଚିତ୍ରକାର ।

ଯେତେଥର ଚେଷ୍ଟା କରେ

ଆଙ୍କିବାକୁ ତୁମର ସେ

ମୋହନ ମୂରତୀ

ତୁଳୀ ମୋର ହୁଏ ରଙ୍ଗହୀନ

ଅମାନିଆ ହୁଅଇ ପବନ

ନାଚି ନାଚି କହିଯାଏ କାନେ

ତୁ'ତାଙ୍କୁ ରଙ୍ଗେଇବୁ କଣ ,

ତାଙ୍କ ଲାଗି ପରା ଏ ଦୁନିଆ ରଙ୍ଗୀନ

ସେ ପରା ଏ ଦୁନିଆର ଚିତ୍ରକାର ।

ମନ କିନ୍ତୁ ବୁଝେନାହିଁ

ଆଖି ସଦା ଖୋଜେ ତୁମ ରକ୍ତିମ ଆଭାକୁ

ତୁମର ସେ ଅଧୁରା ଚିତ୍ରପଟ ନେଇ

ମୂର୍ତ୍ତି ବତ୍ ଏକ ଲୟରେ

ମୁଁ ଚାହିଁ ରହିଥାଏ ,

ଦୂର ଦୀଗ୍ ବଳୟକୁ ।



Rate this content
Log in