Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3.4  

Mamatamanjari Das

Others

ଚଇତି ବାଆ (ନୀଳ)

ଚଇତି ବାଆ (ନୀଳ)

1 min
203


ଅନ୍ଧାରକୁ ଲୁଟି ସିନ୍ଦୁରା ଫାଟିଲା

କାଉ ରାବ ଦେଲା କା

ନୂଆ ନୂଆ ହୋଇ ଚଇତ ଆସିଲା

ବହେ ଚଇତାଳି ବାଆ ।


ସୂରୁଜ ବୁଣଇ ମୁରୁଜ ନିଇତି

ରଙ୍ଗ ବେରଙ୍ଗ ଫୁଲରେ

ଜାତି ଜାତିକା ପରଜା ପତି

ଉଡନ୍ତି ଫୁଲରେ ଫୁଲରେ ।


ଜାଇ ଜୁଇ ହେନା ଫୁଲର ସୁଗନ୍ଧେ

ହସେ ବସୁମତୀ ମାଆ

ନୂଆ ଖବରରେ ଆମ୍ବକଷୀ ନେଇ

ଆସିଛି ଚଇତି ବାଆ ।


ବିହଙ୍ଗର ସ୍ୱନ ହରିନିଏ ମନ

ପୁଲକିତ ହୁଏ ହିଆ

ଇନ୍ଦ୍ର ଧନୁର ସାତରଙ୍ଗ ଭରି

ଆସିଛି ମଙ୍ଗଳା ମାଆ ।


ଚଇତରେ ଶୋଭା ମାଆ ମଙ୍ଗଳା

ନାଲି ଟହ ଟହ ଦିଶେ

ଗାଁର ଦାଣ୍ଡରେ ନାଲି ମନ୍ଦାରରେ

ମାଆ ମୁରୁକି ମୁରୁକି ହସେ ।


ନବରାତ୍ରୀ ହେବ ମାଆ ମୋ ହସିବ

ପାଇବା ଅମୃତ ଛୁଆଁ

ପାପ କଳୁଷକୁ ଦୂର କରିଦେବା

ହୃଦୟରେ ନେବା ମାଆର ନାଆଁ

ଆସିଲା ଚଇତି ବାଆ ।



Rate this content
Log in