STORYMIRROR

Chittaranjan Lenka

Others

2.5  

Chittaranjan Lenka

Others

ଚିର ସ୍ଥାୟୀ

ଚିର ସ୍ଥାୟୀ

1 min
40.2K


ମନେ ରଖ ଭାଇ   ନୁହେଁ ଚିର ସ୍ଥାୟୀ

ଧନ ଜନ ଯଉବନ

ଟିକେ ଦେଲେ ମନ  ହୋଇଯିବ ଧନ୍ୟ

ହେବ ସ୍ଥାୟୀ ସବୁ ଦିନ

 

ତୁମ ପାଶେ ଅଛି       ଅମୂଲ୍ୟ ରତନ

ସ୍ନେହ ପ୍ରୀତି ଆଉ ପ୍ରେମ

ଗର୍ବ ଅହଙ୍କାର           ସ୍ୱଭାବରେ ତାହା

ହେଉଅଛି ଅକାରଣ

 

ମନକୁ ଯୋଡଇ    ଆଉ ଗୋଟେ ମନ

ଲଗାଇ ମମତା ଅଠା

ଭାଙ୍ଗିଯାଏ ନାହିଁ        ହୁଏ ଚିରସ୍ଥାୟୀ

ଥିଲେ ଶୁଦ୍ଧ ତାର ନିଷ୍ଠା

 

କାହିଁକି କୁଣ୍ଠିତ     ଆହେ ମୋର ମିତ

ଯୋଡା ଯୋଡି କରି ମନ

ଦେଖିବ କେମିତି     ମଜା ଲାଗୁଅଛି

ବଞ୍ଚିଥିବ ସବୁଦିନ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍