STORYMIRROR

SUJATA DAS

Others

2  

SUJATA DAS

Others

ଚିଲିକା ପାଇଁ ମୋ କବିତା

ଚିଲିକା ପାଇଁ ମୋ କବିତା

1 min
66

ନୀଳାମ୍ବର ଛବି

 ନୀଳାମ୍ବର ବୁକେ

  ନାନା ଭ୍ରମ ମନେ ଗଢେ

ନୀଳ କବରୀ ତା

  ନୀଳ ବଉଦରେ

   ଅପରୂପ ଶୋଭା ଗଢେ.

ନବକ୍ଷାରୀ ଛନ୍ଦେ

 ନୃତ୍ୟ ରଚେ ଉର୍ମୀ

  ସୁଷମା ସମ୍ଭାର ଭରି

ନୀଳ ଯଉବନା

 ନୀଳାମ୍ବୁ ଚିଲିକା

   ମରାଳ ମାଳିନୀ ଧରି.

ନୀର ଭେଦି ଉଠେ

 ଐରାବତ ଢେଉ

  ଭିତ୍ତି ସଞ୍ଚାରଇ ମନେ

ନୀଳ ଅଙ୍ଗ ଶୋଭେ

  ଶୈଳ ଦ୍ୱୀପ ମାଳେ

  ସୁଶୋଭିତ ନଳବନେ.

ନବ ଦୁର୍ବାଦଳ

 ଶୈବାଳ ଅରଣ୍ୟ

  ସ୍ନିଗ୍ଧ ମନୋହର ବେଶ

ନୀଳ ରମ୍ଭାରାଶି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍