STORYMIRROR

Pt.Abhaya Kumar Tripathy Sharma

Others

4  

Pt.Abhaya Kumar Tripathy Sharma

Others

ଚିକିତ୍ସକ

ଚିକିତ୍ସକ

1 min
170

ଚିକିତ୍ସକ


(ଏକ ସିଙ୍ଘାବଲୋକନ ସହ )


ଆଦିମ ଯୁଗରୁ ଚିକିତ୍ସା ବିଜ୍ଞାନ

ରହିଛି ଏହି ସୃଷ୍ଟିରେ l

ଧନ୍ଵନ୍ତରୀ ଆଉ ଅଶ୍ୱିନୀ କୁମାର

ଥିଲେ ସତ୍ୟ ଯୁଗରେ ll

ସୁସେଣ ଜାମ୍ବବ ଇତ୍ୟାଦି ତ୍ରେତୟା

ଯୁଗେ ଥିଲେ ଚିକିତ୍ସକ l

ଚରକ ଶୁଶ୍ରୁତ ଇତ୍ୟାଦି ଦ୍ଵାପରେ

ଚିକିତ୍ସାରେ ରଖି ଟେକ ll

କଳିରେ ଅନେକ ପ୍ରକାର ଚିକିତ୍ସା

ମଧ୍ୟୁ ହୋମିଓପାଥିକ l

ହାନିମାନ ଥିଲେ ଏହି ଉପଚାରେ

ଆଦ୍ୟ ସେ ମହା ଜନକ ll

ସାକ୍ଷାତ ଈଶ୍ୱର ବୋଲି ଜନମତ

ରହିଛି ତାଙ୍କ ପାଇଁକି l

ମୁମୁର୍ଷୁ ଅବସ୍ଥା ଥାଏ ଯଦି ରୋଗୀ

ବଞ୍ଚାଇ ଥାଏ ସେ ନିକି ll

ଆମ ପିଲାବେଳେ ବଇଦ ନିକଟେ

ଯାଉଥିଲୁ ଚିକିତ୍ସାକୁ l

ନାଡୀ ଚିପିଧରି ରୋଗ ଜାଣୁଥିଲେ

ନାହିଁ ଯନ୍ତ୍ର ସାଧନାକୁ ll

ଏବେର ଡାକ୍ତର ରୋଗ ଚିହ୍ନୁନାହିଁ

ଶୋଷଣ ନିତୀ ଧରିଛି l

ଅଳପ ରୋଗକୁ ବଡକରି ଦେଇ

ନାନା ପରୀକ୍ଷା କରୁଛି ll

ପରୀକ୍ଷା ମାଧ୍ୟମେ ରୋଜଗାର ବଢେ

ମିଳେ ମୋଟା କମିଶନ l

ରୋଗୀ ପଛେ ମରୁ ଜମି ବିକ୍ରିକରୁ

ଦରକାର ତା'ର ଧନ ll

ଟିକିଏ ରୋଗକୁ ପୁଳାଏ ଔଷଧ

ଗାରେଇ ଦିଅନ୍ତି ଜାଣି l

ଯେଉଁ କମ୍ପାନୀଏ ମୋଟା ଅଙ୍କର

ଦିଅନ୍ତି ମାଆଲ ପାଣି ll

ଏବେତ ଡାକ୍ତର ନାହାନ୍ତି ମହୀରେ

ସୁହୃଦ ସେବା ଭାବରେ l

ଧନହୀନ ଜନ ରୋଗରେ ପଡିଲେ

ଛଟପଟ ହୋଇ ମରେ ll

ତଥାପି ଏ ବଣ ବିଛୁଆତି ମଧ୍ୟେ

କିଛି ତୁଳସୀ ଅଛନ୍ତି l

ସେବାକୁ ଯତ୍ନରେ କରନ୍ତି ସେମାନେ

ରୋଗୀ ଭଗବାନ ମଣି ll

ସେପରି ସେବକ ଭାବର ଡାକ୍ତର

ମାନଙ୍କୁ କୋଟି ପ୍ରଣତି l

ସୁକ୍ଷାତି ଅର୍ଜିବେ ଜୀବନରେ ସେଯେ

ମୃତ୍ୟୁପରେ ବହୁ କ୍ଷାତି ll



Rate this content
Log in