Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ବସନ୍ତରାଣୀ ଆସିଲା

ବସନ୍ତରାଣୀ ଆସିଲା

1 min
360


ବସନ୍ତ ରାଣୀଙ୍କ ପହିଲି ପରଶ

ଧରଣୀକୁ ଯେବେ ଛୁଇଁଲା

ଫୁଲର କୁଞ୍ଜରେ ମହୁଲି ସଞ୍ଜରେ

ଧରା ମହ ମହ ବାସିଲା

ବସନ୍ତ ରାଣୀଟା ଆସିଲା ।


ବଉଳ ବାସିଲା ଲିମ୍ବ ବି ଫୁଟିଲା

ମହମହ ସବୁ ବାସିଲା

ପବନ ଦୋଳିରେ ଫୁଲର ସୁଗନ୍ଧ

ଚତୁର୍ଦିଗେ ମଥା ପିଟିଲା ।


ଆମ୍ର କୁଞ୍ଜରେ ବଉଳ ଦୋଳିରେ

କୋଇଲି ଟା ଯେବେ ଗାଇଲା

ଫୁଲରେ ଫୁଲରେ ବସନ୍ତ ରାଣୀଟା

ସତେ ପ୍ରିତିର ମହୁ କି ଢାଳିଲା ।


ବନେ ଉପବନେ କାନନେ କାନନେ

ଆଶାର ସପନ ଭରିଲା

ପ୍ରେମର ଫଗୁରେ ରଙ୍ଗ ପିଚକାରୀ

ସଭିଙ୍କର ମନ ମୋହିଲା ।


ଗୋଧୂଳି ଲଗ୍ନରେ କୃଷ୍ଣଚୁଡା ରଙ୍ଗ

ପ୍ରାଣରେ ପ୍ରୀତିକୁ ଭରିଲା

ସେ ପ୍ରାଣ ପରଶେ କବି ଲେଖନୀରୁ

ଅମୃତ ପିୟୁଷ ଝରିଲା ।


ପୁରେ ପୁରେ ଭରେ ନବ ଉନ୍ମାଦନା

ମଳୟଟା ଯେବେ ବୋହିଲା

ଦୋଳ ବିମାନରେ ରାଈଦାମୋଦର

ସଭିଙ୍କର ମନ ମୋହିଲା

ବସନ୍ତ ରାଣୀଟା ଆସିଲା ।


Rate this content
Log in