ବର୍ଷା ଯେବେ ଆସେ
ବର୍ଷା ଯେବେ ଆସେ
1 min
322
ବରଷା ଝରଇ ରିମ୍ ଝିମ୍ ତାନେ
ବାଦଲର ବୁକୁ ତଳୁ
ବେଙ୍ଗୁଲି ନାନୀଟା କଟର କେଁ
ହୁଏ ଶାରୁବୁଦା ମୂଳୁ ।
ଚାଷୀ ଭାଇ କାନ୍ଧେ ଲଙ୍ଗଳ ଜୁଆଳି
ଆନନ୍ଦରେ ଗାଏ ଗୀତ
ବରଷା ପାଣି ତା ବିଲରେ ପଶିଲେ
ହସି ଉଠିବ ତା କ୍ଷେତ।
ବରଷା ବିନ୍ଦୁଟା ମାଟିକୁ ଛୁଇଁଲେ
ସବୁଜିମା ଭରେ ଘାସେ
ଲାଲ୍ ଟୁକୁ ଟୁକୁ ସାଧବ ବୋହୁଟି
ସେ ଘାସ ଉପରେ ଖିଲି ଖିଲି ହୋଇ ହସେ।
ଗ୍ରୀଷମର ତାତି ଯାଏ ଅପସରି
ହସଇ ଏ ମାଟି ମାଆ
ସବୁଜିମା ପୂର୍ଣ୍ଣ ହୁଅଇ ଧରଣୀ
କି ଉପମା ଦେବା ଆହା ।
ପହିଲି ବର୍ଷାରେ ମାଟିର ମହକ
ହୃଦୟକୁ ଛୁଇଁ ଯାଏ
ସେଇ ମହକରେ ଗ୍ରୀଷମ ର ତାତି
ହୃଦୁ ଅପସରି ଯାଏ ।
