STORYMIRROR

Mamatamanjari Das

Others

4  

Mamatamanjari Das

Others

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

1 min
321

ବରଷା ଝରଇ ରିମ୍ ଝିମ୍ ତାନେ

ବାଦଲର ବୁକୁ ତଳୁ

ବେଙ୍ଗୁଲି ନାନୀଟା କଟର କେଁ

ହୁଏ ଶାରୁବୁଦା ମୂଳୁ ।

ଚାଷୀ ଭାଇ କାନ୍ଧେ ଲଙ୍ଗଳ ଜୁଆଳି

ଆନନ୍ଦରେ ଗାଏ ଗୀତ

ବରଷା ପାଣି ତା ବିଲରେ ପଶିଲେ

ହସି ଉଠିବ ତା କ୍ଷେତ।

ବରଷା ବିନ୍ଦୁଟା ମାଟିକୁ ଛୁଇଁଲେ

ସବୁଜିମା ଭରେ ଘାସେ

ଲାଲ୍ ଟୁକୁ ଟୁକୁ ସାଧବ ବୋହୁଟି

ସେ ଘାସ ଉପରେ ଖିଲି ଖିଲି ହୋଇ ହସେ।

ଗ୍ରୀଷମର ତାତି ଯାଏ ଅପସରି

ହସଇ ଏ ମାଟି ମାଆ

ସବୁଜିମା ପୂର୍ଣ୍ଣ ହୁଅଇ ଧରଣୀ

କି ଉପମା ଦେବା ଆହା ।

ପହିଲି ବର୍ଷାରେ ମାଟିର ମହକ

ହୃଦୟକୁ ଛୁଇଁ ଯାଏ

ସେଇ ମହକରେ ଗ୍ରୀଷମ ର ତାତି

ହୃଦୁ ଅପସରି ଯାଏ ।



Rate this content
Log in