ବରଷା ରାଣୀ
ବରଷା ରାଣୀ


ଅଳପ ଅଳପ ବରଷୁଛି ଏଠି
ଦୂର ଦୂରାନ୍ତରେ ବନ୍ୟାର କୋହ,
ଚାଷବାସ ବେଳ ଦେଇଛୁ ବିଗାଡି
ଆଲୋ କି ଏମନ୍ତ ସ୍ୱଭାବ ତୋ'ର (୧)
ଅନେକ ଦିନରୁ ଚାହିଁ ବସିଥିଲୁ
ଭଲରେ ଭଲରେ ଆସିବୁ ବୋଲି,
ବର୍ଷ ପ୍ରତି ବର୍ଷ ଏ ରୂପ ସାଜୁଛୁ
ସୁଧାରି ପାରୁନୁ ତୋ ମତିଗତି (୨)
ଜଳବହୁଳର ତାଣ୍ଡବ ଲୀଳାରେ
ବ୍ୟତିବ୍ୟସ୍ତ ଦେଖ ଜୀବ ଉଦ୍ଭିଦ,
ଜୀବନଯାପନ ସହଜ ନୋହିଲା
ବିଚଳିତ ପ୍ରାୟ ଜନମାନସ (୩)
ବରଷାରୁ ବେଶୀ ବିଜୁଳି ଚମକେ
 
; ଥରହର ହୁଏ ହୃଦକନ୍ଦର,
ଗ୍ରୀଷମ କାଳଟା ଭଲ ଥିଲା ପଛେ
ନଥିଲା ଏମନ୍ତ ସଦା ଅଝଟ (୪)
ଧନଜୀବନର ଅପଚୟ କେତେ
ଅପଘଟଣାର କରାଳଛାୟା,
କାହିଁକି କେଜାଣି ଏପରି ଘଟୁଛି
କିଏ ବା ବୁଝିଛି ସଂସାର ମାୟା (୫)
ଦେବଲୋକେ ଅବା ମନ୍ଦିର ଗହ୍ୱରେ
କେଉଁଠି ଅଛହେ ଜଗତଜିତା,
ମିନତୀ ଏତିକି ତୁମ୍ଭ ଶ୍ରୀପୟରେ
ସମ୍ଭାଳ ପ୍ରଭୁ ହେ ସଂସାର କାୟା (୬)