STORYMIRROR

Pareshchandra Das

Others

3  

Pareshchandra Das

Others

ବୃକ୍ଷ ,ମିତ ପରି ମିତ ଟିଏ

ବୃକ୍ଷ ,ମିତ ପରି ମିତ ଟିଏ

1 min
135

ମୋ ଜୀବନେ ଖଞ୍ଜା ତୁମରି ଜୀବନ

    ତୁମେ ଥିଲେ ମୁଁ ଥିବି,

ବନ୍ଧୁତାରେ ଉଣା କରିନି ଜୀବନେ

    ଜିଇଁ ଥିଲା ଯାଏ ଦେବି ।।


ଫଳ ଫୁଲ ଭରା ମୋହରି ଦୁନିଆଁ

    ସମର୍ପି ଦେଇଛି ମୁହିଁ,

ଦାରୁଣ ନିଦାଘେ ଛାୟା ବିସ୍ତାରିଛି

    ଶିତଳତା ଭରା ଯହିଁ।।


ପ୍ରଶ୍ୱାସ ଦେଇଛି ଆହାର ଦେଇଛି

    ଦେଇଛି ଜୀବନ ଯାଚି,

ବନ୍ଧୁ ଟିଏ ମୁହିଁ   ସାଜିଛି ତୁମର

   ସଦା ତୁମର ଭଲ ପାଞ୍ଜି ।।


ଶୁଦ୍ଧ ବାୟୁ ପୁଣି  ଶୁଦ୍ଧ ଜଳ, ମାଟି

   ତୁମରି ପାଇଁ କି ଥୁଏ,

କୁହ ଥରେ ବନ୍ଧୁ କୁହ ମନ ଖୋଲି

   ତୁମ ଠାରୁ କିଛି ନିଏ ?


ମାଗି ଦେଲ ଯେବେ ଦେଲି ମୁଁ ଜୀବନ

   ଭାବନା କି ମନେ ଥରେ,

ବଞ୍ଚି ଥିଲେ ମୁହିଁ କରି ଥାନ୍ତି ସେବା

   ତୁମ ଆଗାମୀ ପୀଢ଼ି ଯାଏ।।


ଦୁଃଖ ନାହିଁ ମୋର ଦେବାରେ ଜୀବନ

   ସୁଖେ ଥାଅ ,ମୋ କାମନା ।

ଦୁଃଖ ଯଦି ଛୁଏଁ  ମୋ କଥା ଭାବିବ

   ସହି ଯିବି ସବୁ ଯନ୍ତ୍ରଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍