STORYMIRROR

Chittaranjan Lenka

Others

4.5  

Chittaranjan Lenka

Others

Bou

Bou

2 mins
40.8K


ଶତ ସିଂହ ଶକ୍ତି    ପ୍ରତି ମୁହୂର୍ତ୍ତରେ

ଦେଉଥିଲା ଯେଉଁ ବୋଉ

ଏକା କରି ମୋତେ   ଛାଡି ଚାଲିଗଲା

      କି ଦୁଃଖ କହିବି ଆଉ ???(1)

 

ମୋ ପାଇଁ କଷଣ   ସହିଲୁ ପଛକେ

କଲୁ ନାହିଁ ଟିକେ ରାଗ

ଅଭିମାନ କରି     ଚାଲିଗଲୁ ବୋଉ

ଆସିବ ମୋର ଦୁର୍ଯୋଗ(2)

ମନ ଦୁଃଖ କଲେ   ମନ ଦୁଃଖ କରି

ଆଉଁସି ଦିଏ କପାଳ

ମନ ମୋର ଆଜି   ଦୁଃଖରେ କାନ୍ଦୁଛି

ନାହିଁ ମୋର ବୋଉ କୋଳ(3)

 

ଭାବି ବି ନ ଥିଲି   ତୋତେ ବୋଉ ବୋଲି

ଭାବିଥିଲି ମୋର ଝିଅ

ସେଥିପାଇଁ କଣ        ମନ ଦୁଃଖ କଲୁ

   ଦେଲୁ ମୋତେ ଏତେ କୋହ??? (4)

 

ଦୁଷ୍ଟ ହେଲେ କେବେ ଦେଇ ନାହୁଁ ଗାଳି

ବୁଝାଇ ତୁ କହୁ କେତେ

ଏ କଥା କରିବ    କିଏ କହ ବୋଉ

ଛାଡି ଚାଲିଗଲୁ ମୋତେ???(5)

 

 

ସବୁ ରିଷ୍ଟ ମୋର   ନିଜ ମୁଣ୍ଡେ ନେଇ

ସହି ଚାଲିଥିଲୁ କଷ୍ଟ

କଷ୍ଟରେ ସିନା ତୁ    ନଷ୍ଟ ହେଲୁ ବୋଉ

ହେଲୁ ମୋର ଚିର ଇଷ୍ଟ(6)

 

ବାର ବର୍ଷ ତପ        କରି ଯେଉଁ ବୋଉ

ଜନମ କରିଲା ମୋତେ

ସେ ଯଦି ଅଦିନେ         ଛାଡି ଚାଲିଗଲା

କିଏ ସାହା ହେବ ସତେ ???(7)

 

ବୁଢା ବୁଢା ବୋଲି   ଅତି ଶରଧାରେ

ଡାକୁଥିଲା ମୋର ବୋଉ

ସତରେ ମୁଁ ଆଜି     ବୁଢା ହୋଇ ଗଲି

ଶକତି ଆସିବ କାହୁଁ???(8)

 

ବୋଉ ପାଇଁ ଥିଲା      ମନରେ ଗରବ

ଭାବିଲି ଧରାକୁ ସରା

ବୋଉ ଚାଲିଗଲା   ଛାଇ  କିଏ ଦେବ

ମୋ ଜୀବନେ ସଦା ଖରା (9)

 

ଅନ୍ତରରୁ ସଦା    ଭଲ ପାଉଥିବୁ

ଥିଲା ମୋର ବୋଉ ବାଣୀ

ଯିଏ ପଛେ ତୋର   ଯେତେ କ୍ଷତି କରୁ

ଦେଉ ପଛେ ତୋତେ ହାଣି(10)

 

 

ବୋଉ ଡାକ ମୋର  ଲିଭି ଯାଇଅଛି

ଡାକି ପାରିବିନି ଆଉ

କେବଳ ଭାବୁଛି    ତାକୁ ଭାବି ଭାବି

ମୋ ଜୀବନ ଲିଭିଯାଉ (11)

 

ଏ ଭଳି ନିର୍ମମ     କଷ୍ଟ ମଧ୍ୟ କେବେ

କାହା ଶତୃକୁ ନ ହେଉ

ସଭିଙ୍କ ମୁହଁରୁ     ବୋଉ ଡାକ ସଦା

ଖୁସିରେ ବାହାରୁଥାଉ (12)

 

ପିତୃ କାର୍ଯ୍ୟ ପଛେ   ଡେରି ହୋଇଯାଉ

ରାଜ କାର୍ଯ୍ୟ ଆଗେ କର

ଏହି ଶିକ୍ଷା ମୋତେ  ବାପା ଦେଉଥିଲେ

କେବେଠୁ ସେ ହେଲେ ପର (13)

 

ବୋଉ ମୋତେ ଖାଲି   ଶିଖେଇ ଦେଇଛି

ଗୋଟିଏ ମହତ ଦାନ

ମମତା ବନ୍ଧନ        ସବୁଠାରୁ ଶ୍ରେଷ୍ଠ

ଭୁଲିବୁନି କେଉଁ ଦିନ (14)

 

 

 

 

 

 

 

 


Rate this content
Log in