ବଂଶୀ 💞💞💞💞💞💞
ବଂଶୀ 💞💞💞💞💞💞
1 min
265
ବଂଶୀ ଗୋ ! ତୁମେ,,,,,,,
ମନ ହୃଦୟର
ପ୍ରାଣ ସଂଚାରକ
ଚିନ୍ତା ଚେତନାର
ଅପୂର୍ବ ଚମକ l
ସସୀମରୁ ପୁଣି
ଅସୀମ ବାହକ,
ଜୀବନ ଯୌବନେ
ପ୍ରୀତି ପ୍ରବାହକ l
ହୃଦୟ ଆତ୍ମାର
ସଂଜ୍ଞା ସଂଯୋଜକ,
ଗୋପୀ କୃଷ୍ଣ ପ୍ରିୟ
ତୁମେ ବିମୋହିକ l
ସଂଗୀତ ସାହିତ୍ୟ
ଶକ୍ତି ସ୍ୱରୂପକ,
ଶାସ୍ତ୍ର ଜ୍ୟୋତି ରୂପ
ଚେତନା ସ୍ମାରକ l
ଅତୀତ ସ୍ମୃତିର
ଚିତ୍ରିତ ଫଳକ,
ପ୍ରଣୟ ବଲ୍ଲରୀ
ପଵିତ୍ର ସୂଚକ l
କଳ୍ପନା ପୂରିତ
କାହାଣୀ ଲେଖକ
ସୃଷ୍ଟି ସର୍ଜନାରେ
ତୁମେ ହିଁ ଜନକ l