ବଣମଲ୍ଲୀ
ବଣମଲ୍ଲୀ
1 min
265
ବଣର ମଲ୍ଲୀ ମୁଁ ବଣରେ ଚହଟେ
ବଣରେ ବି ଯାଏ ଝରି
ହେଲେ ଅଵଶୋଷ ଚହଟରେ ମୋର
କାହା ମନ ଯାଏନାହିଁ ଭରି ।
ସୁନ୍ଧରେ ଭରା ହେଲେବି ମୋ ଦେହ
କେବେ ହୁଏନି ଗଭା ଗଜରା
ସୃଷ୍ଟିକର୍ତ୍ତା ଙ୍କର ଗଳାରେ କେବେବି
ହୁଏ ନାହିଁ ଗଳା ହାର ।
ବଣରେ ଫୁଟେ ମୁଁ ବଣରେ ମହକେ
ବଣରେ ବି ଝଡିଯାଏ
କେହି କେବେହେଲେ ତା ହାତ ପରଶେ
ସ୍ନେହ ଟିକେ ବି ନଦିଏ ।
ଏତେ ବାସ୍ନା ଥାଇ ଅଲୋଡା ହୁଏ ମୁଁ
ବଣରେ ଫୁଟିଛି ବୋଲି
ଦେହରେ ମୋହର ଭରା ଯଉବନ
ବାସୀ ହୋଇଯାଏ ଖାଲି ।
ଅଲୋଡା ହୋଇ ମୁଁ ନିଇତି ଯେ ମରେ
ନିଇତି ସୁବାଷ ଭରେ
ଏମିତି ଅଲୋଡା ଜୀବନ ପ୍ରଭୁହେ
ନଦିଅ ଯେ ଆଉଥରେ । ।
