STORYMIRROR

Ramesh Chandra Behera

Others

2  

Ramesh Chandra Behera

Others

ବଣଭୋଜି

ବଣଭୋଜି

1 min
961




ଏକ ମନ ହୋଇ ଭାଇଚାରା ନେଇ

ସମସ୍ତେ ଏକ ହୋଇଲେ

କେଡେ ମନୋହର ସେହି ଦିନ ଥିଲା

ବଣଭୋଜି କରିଗଲେ ।

ଗୋଟାଏ ଗାଡ଼ିରେ ସାଥି ହୋଇ ଗଲେ

ନାଚି ଗାଇ ମନ ଖୋଲି

ଖୁସି ଖୁସି ମନେ ରାନ୍ଧିଲେ ସମସ୍ତେ

ଭାତ ଘାଣ୍ଟ ଆଉ ଡାଲି ।

ଏକାଠି ବସିଲେ ଏକାଠି ଖାଇଲେ

ଆନନ୍ଦର ଦିନ ଥିଲା

କ୍ରିକେଟ ଖେଳରେ ଛକା ଚଉକାରେ

ସଭିଙ୍କ ମନ କିଣିଲା ।

ପାହାଡ଼ ଚଢିକି ସେଲଫି ନେବାରେ

ସରବେ ବ୍ୟସ୍ତ ହୋଇଲେ

ନଉକା ବିହାର ହ୍ରଦର କୂଳରେ

ଉଟରେ ଚଢି ବୋଲିଲେ ।

ଗୋଟାଏ ହୃଦୟ ଏକ ମନ ହୋଇ

କଲେ ଗୋଟେ ପରିବାର

ଏମିତି ସମୟ କେବେ ନା ଆସିବ

ଆସିବ ଥିଲେ ଭାଗ୍ୟର ।


ରମେଶ ଚନ୍ଦ୍ର ବେହେରା

ଗାନ୍ଧି ନଗର, ଗୁରୁଗ୍ରାମ,

ହରିୟାଣା

ଦୂରଭାଷ:- ୯୯୫୮୩୭୫୫୨୯


Rate this content
Log in