STORYMIRROR

Mamatamanjari Das

Others

4  

Mamatamanjari Das

Others

ବନ୍ଧୁ

ବନ୍ଧୁ

1 min
154

ହସର ପଛରେ ଦୁଃଖକୁ ଦେଖେ ଯେ

ସେ ଅଟେ ପ୍ରକୃତ ବନ୍ଧୁ

ସେହିପରି ବନ୍ଧୁ ଗୋଟିଏ ପାଇଲେ

ଲଙ୍ଘି ହୋଇଯାଏ ଦୁଃଖର ସିନ୍ଧୁ।


ଲୋଡା ହୁଏ ନାହିଁ ଧନ ଦଉଲତ

ବନ୍ଧୁ ଯଦି ଦିଏ ଟିକେ ସାନ୍ତ୍ୱନା

ସେହି ସାନ୍ତ୍ୱନା ଟି ହୃଦୟ ଭିତରୁ

କାଢ଼ି ନେଇଥାଏ ସବୁ ଯାତନା ।


ବନ୍ଧୁ ଦିଏ ବଳ ବନ୍ଧୁ ଦିଏ ଥଳ

ଭାସୁଥିବା ବେଳେ ଦୁଃଖ ସ୍ରୋତରେ

ସେହି ବନ୍ଧୁ ପୁଣି ନାଆଟିଏ ସାଜି

ରକ୍ଷା କରିଥାଏ ,

ବୁଡିଗଲା ବେଳେ ଅତଳ ଗର୍ଭରେ ।


ବନ୍ଧୁ ଥିଲେ କୃଷ୍ଣ ବନ୍ଧୁ ଥିଲେ କର୍ଣ୍ଣ

ପଢ଼ି ଥିଲେ ଆମେ ପୁରାଣ ପୃଷ୍ଠାରେ

ହାରିବା ନିଶ୍ଚିତ ଜାଣିଥିଲେ କର୍ଣ୍ଣ

ତଥାପି ସେ ଥିଲେ କୌରବଙ୍କ ସାଥିରେ।


ବନ୍ଧୁ ପାଇଁ ସିଏ ଜୀବନ ଦେଇ

ନାମ ଲେଖିଦେଲେ ସ୍ୱର୍ଣ୍ଣାଭ କାଳିରେ

ସେହିପରି ବନ୍ଧୁ ହୁଅ ମୋର ବନ୍ଧୁ

ଏତିକି ଅଳି ମୋ ତୁମ ପାଖରେ ।


ଜୀବନଟା ଆମ ଅଢ଼େଇ ଦିନିଆ

ଏଇ ଅଛି ପୁଣି ଏଇ ନଥିବ

ବନ୍ଧୁ ପାଇଁ ଯଦି କରିଯିବ କିଛି

ମରିଲା ପରେ ବି ଅମର ରହିବ ।


ଧନ ଦଉଲତ ଅଳିକ ଦରବ 

ଆଜି ଅଛି ସିଏ କାଲି ନଥିବ

ବନ୍ଧୁତାର ହାତ ଥିଲେ ତୁମ ସଙ୍ଗେ

ଅଭାବ ଭିତରେ ଖୁସି ମିଳିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍