STORYMIRROR

Pt.Abhaya Kumar Tripathy Sharma

Others

3  

Pt.Abhaya Kumar Tripathy Sharma

Others

ବନ୍ଧୁ

ବନ୍ଧୁ

1 min
314

ବନ୍ଧୁତ୍ୱ ନୁହଁଇ ସାଧାରଣ କଥା

ମହା ଦାୟିତ୍ୱ ରେ ବନ୍ଧା l

ଏକ ଆରେକରେ ବିଶ୍ୱାସ ଭାଜନ

ଏ ବଡ଼ କଠିନ ଧନ୍ଦା ll

ବନ୍ଧୁତ୍ୱ ଥିଲା କୃଷ୍ଣସୁଦାମାଙ୍କ

ଅନାବିଳ ପ୍ରେମ ହଜେ l

କେହି କାହାରିକୁ ମୁରୁଛି ନଥିଲେ

ଅନ୍ତର ପ୍ରଦେଶୁ ହାଜେ ll

ଆଉ ଏକଛବି ରାମସୁଗ୍ରୀବଙ୍କ

ବନ୍ଧୁତା ଥିଲା ଅକ୍ଷୁର୍ଣ l

ତ୍ରେତାଯୁଗ କଥା ଦିଏ ମନେ ବ୍ୟଥା

ବାଳୀ ବୀରଙ୍କ ନିଧନ ll

ବନ୍ଧୁତା ଥିଲା କର୍ଣ୍ଣ ଦୁର୍ଯ୍ୟୋଧନେ

ଅନ୍ୟାୟୀନୁହନ୍ତି ପଛେ l

ସେପରି ସମ୍ପର୍କ ମର୍ତ୍ୟରେ ବିରଳ

ଆଉକେହି ନାହିଁ ମଞ୍ଚେ ll


Rate this content
Log in