ବଳତ୍କାର
ବଳତ୍କାର
ପ୍ରତିଛବୀ ଦେଖି ନଇଁ ଯିବ ମଥା
କାହା ପାଇଁ ଦେହସୁଖ ଶାନ୍ତି ଦିଏନି ସର୍ବଦା
କି ସୁଖ ପାଅ କର ମନମୁଖୀ ।
ଲୁଟି ତାକୁ ମାରି ଦିଆ
ପଶୁରୂପୀ ମାନବର ଏହା ନୀତି
କ୍ଷଣିକର ମିଛ ସୁଖ ଦିଏ ଚିର ଅଶାନ୍ତି
ତାହାରି ମାୟାରେ ବୁଡି କର ଏତେ କ୍ଷତି
କାହାପାଇଁ ମିଛ ମାୟା
କାହା ପାଇଁ ଭକ୍ତିର ଛାୟା
ମନରୁ କାଢି଼ଦିଅ ମିଛର ଏ ମୂର୍ତ୍ତି ।
ନାରୀ କେବେ ମା ଜଗତ ଜନନୀ
ଦୁର୍ଗା ରୂପ ଧାରିଣୀ ମହିଷାସୁର ନାଷିନୀ
ମହିଷାସୁର ଦେହମୁଖୀ ଯେ ହେଲା
କଳା କ୍ରମେ ସମୂଳେ ନାସ ଗଲା ।
ନାରୀର କେତେ ରୂପ ଯେ
କଳ୍ପନାରୁ ସୁଦୂର ବିସ୍ତାରୀ
କେବେ ଜନ୍ମ ଦାତ୍ରୀ ତ କେବେ ଭାରିଜ।
ଆଉ କେବେ ଦୁହିତା ରୂପେ ହୁଏ ଉଭା ।
ନାରୀଶକ୍ତି ଯେବେ ଜାଗୀ ଯିବ
ନିଶ୍ଚିତେ ଏ ସଂସାର ନାସ ଯିବ
ଚକ୍ଷୁ ଖୋଲ ଦେଖ ଏ ସଂସାର
କ୍ଷଣିକର ସୁଖ ପାଇଁ କରନି ବଳତ୍କାର ।
