STORYMIRROR

Sujit Muna

Others

4.1  

Sujit Muna

Others

ସଂସ୍କାରିତ

ସଂସ୍କାରିତ

1 min
734


କେତେ ଯେ ଯାଉଛି,କେତେ ଯେ ଆସୁଛି

ସମାଜରେ କୁସଂସ୍କାର

ସମୟ ଆଗରେ କୁସଂସ୍କାର ଦିନେ

ହୋଇଥିଲା ଜେ ସଂସ୍କାର


ସତୀ ପ୍ରଥା ଦିନେ ଥିଲା

ସମାଜ ନିୟମ ବିଦ୍ଧି

ମାନବିକତା ଭୁଲି ସମ୍ପ୍ରଦାୟିକ ଲୋଭି

କାଳେ କାଳେ ଦେଉଥିଲେ ନାରୀ ବଳି


ନାରୀ ଉଦ୍ଧାର କାହିଁ, ମିଛ ଶାନ୍ତି କ୍ଷଣିକ ପାଇଁ

ପ୍ରତିଦିନ ବଳାତ୍କାର., ନାରୀ ର କରୁଣ ଚିତ୍କାର

ସତୀ ପ୍ରଥା ନାହିଁ ମଧ୍ୟ, ନାରୀ ଉନ୍ନତି କାହିଁ


ପରିଣାମ ଏକା ଏଠି ପ୍ରଭୃତି ଅଲଗା

ସତେ କେତେ ସଂସ୍କାରିତ ମନବିକତ୍ୱ ଏହା.


ସମୟ ଭିନ୍ନ ହେଲା, ବଦଳିଲା କର୍ମ କୃତ୍ତି

ଅନ୍ତ ହୋଇ ନାରୀ କୁସଂସ୍କାର, ବିଲୋପ ନାହିଁ ଏଠି


ସାଗର ଢେଉ ପରି କୁସଂସ୍କାର ମାନ

ଏକ ବିଲୋପ ହେଲେ ଅନ୍ୟ ଆସେ ମାଡି

ମିଛେ ସଂସ୍କାରିତ ମନୁଷ୍ୟ ଆଜି


କବି -ସୁଜିତ ମୁନା

କବିତା.. ସଂସ୍କାରିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍