STORYMIRROR

ଡୁଲେଶ୍ବର କୁମାର ସାହୁ

Others

4  

ଡୁଲେଶ୍ବର କୁମାର ସାହୁ

Others

ବିନା ଖର୍ଚ୍ଚରେ

ବିନା ଖର୍ଚ୍ଚରେ

1 min
247


ଆଜିକାଲି ବିନା ଖର୍ଚ୍ଚରେ

ସାଇକଲ ବି ଗଡୁନି

ଏଇ ଅଳ୍ପ ବାଟ

ମଣିଷ ଭାରି ଚିନ୍ତାରେ ପଡ଼ିରହିଛି ll


କଦାପି ହଉନି ସରକାରୀ,

ବେ ସରକାରୀ ଚାକିରୀ

ରକ୍ତ ଧମନୀ ଭିତରେ

ଯାଉନି ବିନା ଖର୍ଚ୍ଚରେ ll


ମଣିଷ ମଣିଷକୁ ଚିହ୍ନେ ନାହିଁ

ବିନା ଖର୍ଚ୍ଚରେ

ଯଦି ତମେ ଖର୍ଚ୍ଚା କରନାହିଁ ପଡି ରହ

ଅସହାୟ,ସନ୍ତାପିତ, ମଣିଷଭଳି ll


ପାଞ୍ଚ ବର୍ଷିଆ ଛୁଆକୁ

ଯଦି ଦୋକାନ ଯିବା କଥାକହ

ସେ ଫଟ୍ କରି ଉତ୍ତର ଦେବ

ମୁଁ ତମ ପଇସାରୁ ପାଞ୍ଚ ପଇସିଆ

ଲଲିପପ୍ ଟେ ଖାଇବି ll


ଅଚିହ୍ନା ମନ ଚୋରି ହୁଏ ଯେବେ

ଲାଲ୍ ରଙ୍ଗର ଟି ସାର୍ଟକୁ ଦେଖି

ଜଣା ପଡ଼େ ତା ପାଇଁ

କେତେ ଟଙ୍କା ହୋଇ ଅଛି ଖର୍ଚ୍ଚା ll


ନିତିଦିନ ସୂର୍ଯ୍ୟର ଆଲୋକରେ

ହସୁଥିବା, ଖେଳୁଥିବା,ନାଚୁଥିବା

ଲକ୍ଷେ ରଙ୍ଗର ‌ଫୁଳକୁ

ଯଦି ମନବୋଳେ ଦେଖିବାକୁ

ଗୋଟେ ଟିକେଟ କର 

କୋଡ଼ିଏ ଟଙ୍କା ଦେଇ ll


ଯାଦୁ ଗୋଟେ କଣ ଯେ

ଛଳନାର ଖେଳ

ତା ପାଇଁ ଏତେ ଅଧିର କାହିଁକି

ଏ ମନ ପାଞ୍ଚ ମିନିଟ୍ ପାଇଁ

ଯିବି ଯିବି ବୋଲି କହୁଛି

ମୋ ପକେଟ୍ ରୁ ପଇସା କାଢି

ଖର୍ଚ୍ଚା କରି ଦେଉଛି ll


ଖର୍ଚ୍ଚା ବିନା ଅନ୍ଧାର ବି

ଆଲୁଅ ହେବନାହିଁ

ଏ ଜୀବନ ଛଟପଟ୍

ହୋଇ ମରିଯିବ ll


Rate this content
Log in