Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

ବିଘ୍ନ ବିନାଶକ

ବିଘ୍ନ ବିନାଶକ

1 min
6.7K


ବିଘ୍ନ ବିନାଶକ ଗଉରୀ ନନ୍ଦନ

ବିଦ୍ୟା ଦାତା ଶ୍ରୀ ଗଣେଶ

ଲଡୁରେ ତୁମର ଭାରି ଶରଧା

ଖାଇ କର ମନ ତୋଷ ।

ତୁମ କୃପାବଳେ ବୁଦ୍ଧି ବିଦ୍ୟା ମିଳେ

ଅଜ୍ଞାନ ହୁଏ ଯେ ଜ୍ଞାନୀ

ଅଗ୍ର ପୂଜ୍ୟ ତୁମେ ଶ୍ରୀଗଜାନନ

ବ୍ରହ୍ମ।ଣ୍ଡରେ ଅଟ ଗୁଣୀ ।

ତୁମ ଚରଣରେ ମାଗୁଣି କରୁଛି

ବୁଦ୍ଧି ବିଦ୍ୟା ଦିଅ ଭରି

ତୁମରି ଆଶିଷ ମିଳିଗଲେ ମୋତେ

ସବୁ ବିଘ୍ନ ରୁ ହେବି ପାରି ।

ଏତିକି ଶକତି ଦିଅ ବିଘ୍ନରାଜ

ବରଷୁ କରୁଣା ଝର

ତୁମରି ଆଶିଷ ମଥା ପରେ ଥିଲେ

ଆହୂରି ଲେଖିବି ସୁନ୍ଦର ।

ତୁମ ଜନ୍ମ ଦିନେ କରୁଚି ପ୍ରାର୍ଥନା

ସଂସାର ର ହର ଦୁଃଖ

ତୁମ କୃପା ରହୁ ସଭିଙ୍କ ଉପରେ

ସମସ୍ତେ ଲଭନ୍ତୁ ସୁଖ ।।


ଅମ୍ବିକା ସ୍ବାଇଁ



Rate this content
Log in