Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

akshayakumar Dash

Others

2  

akshayakumar Dash

Others

ବିଧାୟକ

ବିଧାୟକ

2 mins
127


ରାଜନୀତିରେ ନଥାଏ ମାନବିକତା ଥାଏ କ୍ଷମତା ପାଇଁ ଲଢେଇ। ଜନତାଙ୍କୁ ବୋକା ବନେଇ ନିଜର ପ୍ରତିପତ୍ତି ବିସ୍ତାରକରିବା ଉଦେଶ୍ୟ । କଳ୍ପବଟ ନିଜ ଆସନକୁ ନିଜର ପୁଅକୁ ଦେଇ ଜିତାଇଦେଲେ ବିଧାୟକ । ଆଜିମାଲି ରାଜନୀତିର ଲୋକମାନେ ରାଜନୀତିରେ ପରିବାରକୁଁ ଆଗକୁ ଆଣି ଜିତେଇବା ଦେଖାଯାଏ । ଗଣତନ୍ତ୍ରକୁ ଆଖିଠାର ମାରି ରାଜତନ୍ତ୍ର ଶାସନ ଚାଲିଛି କହିବା ଭୁଲ ନୁହେଁ । କଳ୍ପବଟ ଅବଶ୍ୟ ନିଜ ପୁଅ ପାଇଁ ଆଗରୁ ପ୍ରସ୍ତୁତ ଥିଲେ । ପୁଅ ବିଧାୟକ ହେଲେ । ପୁଅ ବିଧାୟକ ହେବା ପରେ ପରେ ପିତା କଳ୍ପବଟଙ୍କ ଅକାଳ ବିୟୋଗ ଘଟିଲା । ଏବେ ପୁଅ ରାଜନୀତିରେ ବାପ ଠାରୁ ବଳିଗଲେ ।ବିଧାୟକ ପାଣ୍ଠିକୁ ଆସୁଥିବା ଅଜସ୍ର ଧନକୁ ହଡପ କଲେ । ନିଜର ଥିବା ଖାଦାନ ଯେଉଁଠି ପଥରକୁ ଡିନମାଇଟ ପକେଇ ଫଟେଇ କ୍ରୋମାଇଟ ବା ଚିପିସ ପ୍ରସ୍ତୁତ କରି ବଜାରରେ ଚଢା ଦରରେ ବିକ୍ରି କରି ପ୍ରଚୁର ଅର୍ଥ ଲାଭକରିବା ବି ଏକପ୍ରକାର ଦୁର୍ନୀତି । କାରଣ ହେଲା ଏହି ଲୁହା ପଥର ସରକାରୀ ଖାଦାନର ଅଟେ । ତାକୁ କୌଣସି ବ୍ୟକ୍ତି ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ବେଆଇନ ।ଏହାକୁ ଛାଡି ସରକାରୀ ଜମି ନିଜ ନାମରେ କରିନେବା ଓ ରାସ୍ତା ଘାଟ ନିର୍ମାଣ ନିମିତ୍ତ ସରକାରୀ ଅର୍ଥକୁ ଆତ୍ମସାତ କରିବା ଅପରାଧ ହେଲେ ବି ନିଜ ଶକ୍ତିର ଅପବ୍ୟବହାର କରି ଗୁଣ୍ଡା ଓ ଅସାଧୁ ଲୋକଙ୍କୁ ହାତରେ ରଖି ଅରାଜକ ଶାସନ ଚଲାଇ ଚାଲିଛନ୍ତି । ଏସବୁକୁ ବିରୋଧ କଲେ କଲେ ବଳେ କୌଶଳେ ସେ ବ୍ୟକ୍ତିକୁ ବସେଇ ଦିଅନ୍ତି। ଏପରିକି ତାକୁ ଜୀବନରେ ମାରିଦେବାକୁ ପଛେଇ ନାହାନ୍ତି । ଗୋବିନ୍ଦବଲ୍ଲଭ ଆଲୋଚନା କରିଥିଲେ ପ୍ରେସ ମିଟରେ । ମିଡ଼ିଆ ବାଲେ ଏମିତି କେତେ ଘଟଣା ଜାଣି ଗଣମାଧ୍ୟମରେ ପ୍ରଚାର କରି ମଧ୍ୟ କୌଣସି ସୁଫଳ ମିଳେନାହିଁ । ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ କାଣ୍ଡ କହିଥିଲେ ବି ତାହାର ଫଳ ଶୂନ । ଜନତାଙ୍କ ଭିତରେ ପ୍ରତିକ୍ରିୟା କେତୋଟି ମୁଖ୍ୟ ପ୍ରସଙ୍ଗ ଉପରେ ବି କୌଣସି ପରିବର୍ତ୍ତନ ନାହିଁ । ସମସ୍ତଙ୍କୁ ମୁହଁ ବନ୍ଦ କରିବାକୁ ପଡୁଛି ଗୁଣ୍ଡାରାଜ୍ ପାଇଁ ।


Rate this content
Log in