Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Others

5.0  

Bidyadhar Sethi

Others

ବିବର୍ଣ୍ଣ ଛାଇ

ବିବର୍ଣ୍ଣ ଛାଇ

1 min
299


ସମୟର ନଇଧାରେ

କାଳ କରାଳ ଗତିରେ

କିଏ ଜିତେ କିଏ ହାରେ

ଏଇତ ଜୀବନ

ପ୍ରଖର ତଟିନୀ ସ୍ରୋତେ

ଅମାନିଆ ମନ ଭାସେ

ଏପାଖେ ଜୀବନ ଆଉ

ସେପାଖେ ମରଣ ।


ଜୀବନର ସଜ୍ଞା ଯଦି

ଯନ୍ତ୍ରଣାର ଢେଉ ହୁଏ

ମରଣର ଅନ୍ୟ ନାମ

କଳ୍ପିତ ନିର୍ବାଣ

କଣ୍ଟକିତ ଚଲାପଥେ

ପୀୟୂଷ ବିଷ ପାଲଟେ

ଆକାଂକ୍ଷାର ବାଲିଘର

ହୁଏ ଦିବା ସ୍ବପ୍ନ ।


ବିଗଳିତ ହୃଦୟରେ

ଯେବେ ଚାହେଁ ନଦୀ ତୀରେ

ନିଜ ଛାଇ ଲାଗେ ମୋତେ

ଆଂଶିକ ବିବର୍ଣ୍ଣ

ସେ ପାର୍ଶ୍ବର ଦୃଶ୍ୟପଟ

କିଏସେ ଦିବ୍ୟପୁରୁଷ

କରିବାକୁ ଆଲିଙ୍ଗନ

କରେ ନିମନ୍ତ୍ରଣ ।



Rate this content
Log in