STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ଭୋକ

ଭୋକ

1 min
173

ଭାବର ବୋଧରୁ ଏକ ଅଭାବର ଭାଷା

ଯାହାର ଦାଉ ସାଧ୍ୟରେ ଉଡିଯାଏ ହଂସା।

ମାତୃ ଗର୍ଭୂ ଚିତା ଯାଏଁ ସାଥି ଜୀବନର

କ୍ଷୁଧା ନାମେ ରହିଥାଏ ଭୋକ ଶରୀରର

ପୋଷକ ତତ୍ବରେ ହୁଏ ପ୍ରଶମନ ତାର

ବିଭିନ୍ନ ଖାଦ୍ୟ ଦିଅଇ ବଳର ସଞ୍ଚାର।

ଶରୀରର ଭୋକ ଛଡା ଆହୁରି ଅନେକ

ଭିନ୍ନ ଭିନ୍ନ ରୂପ ନେଇ ଜନ୍ମିଥାଏ ଭୋକ।

ବୌଦ୍ଧିକ ଚେତନା ପାଇଁ ଶିକ୍ଷା ରୂପୀ ଭୋକ

ପ୍ରଶମିତ ହୋଇଥାଏ ପାଇଲେ ପୁସ୍ତକ।

ଯୌବନେ ସମୟେ ଯେବେ ଦେଖାଏ ଆସ୍ପର୍ଧା

ଦାମ୍ପତ୍ୟ ଜୀବନେ ଭୋଗ ଥାଜ ଯୌନକ୍ଷୁଧା।

କୁସଂଗ ବା ଦୁଷ୍ଚରିତ୍ରେ ଭୋଗର ଲାଳସା

ଏହି ଭୋକ କରିଥାଏ ଜନେ ଲୋକହସା।

ମାନବ ଜୀବନେ ରହୁ ପରମାର୍ଥ ଭୋକ

କଟିଯିବ ନିଶ୍ଚେ ତାର ଦୁଃଖ କ୍ଳେଶ ଶୋକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda