Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଭଞ୍ଜଭୂମିର କନ୍ୟା

ଭଞ୍ଜଭୂମିର କନ୍ୟା

1 min
175



ଭଞ୍ଜ ଭୂମି କନ୍ୟା ପ୍ରେରଣାର ବନ୍ୟା ଛୁଟାଇ ଓଡ଼ିଶା ମାଟି

ସୁନାଝିଅ ସାଜି ସକଳଙ୍କୁ ଆଜି ଜଣାଇ ଦେଇଛି ଏଠି

          ଝିଅ ନୁହେଁ ହୀରାଟିଏ

ଦୁଃଖ ଯନ୍ତ୍ରଣାକୁ ଆଡେଇ ପାରି ସେ ଚିକିଚିକି ଦିଶୁଥାଏ ।


ମୟୂରଭଞ୍ଜର ରାଇରଙ୍ଗପୁରୁ ରାଇସିନାରେ ପହଞ୍ଚି

ଅଧିଷ୍ଠିତା ପଞ୍ଚଦଶ ରାଷ୍ଟ୍ରପତି ଗରବ ଗୌରବ ସାଜି

          ଓଡ଼ିଶାର ସନମାନ

ଦେଶର ପ୍ରଥମ ନାଗରିକ ଭାବେ ରଖିଛନ୍ତି ସେ ଅକ୍ଷୁଣ୍ଣ ।


ଉଣେଇଶ ଶହ ଅଠାବନ ଜୁନ କୋଡ଼ିଏ ତାରିଖ ଜନ୍ମି

ଧନ୍ୟ କରାଇଲେ ପିତାମାତା କୋଳ ବାଇଦାପୋଷିର ଭୂମି 

          ସାନ୍ତାଳୀ ପରିବାରରେ

ପିତା ଯେ ବିରଞ୍ଚି ନାରାୟଣ ଟୁଡୁ ଗାଆଁର ମୁଖିଆ ଥିଲେ ।


ଉବରବଡୋ ପ୍ରାଥମିକ ବିଦ୍ୟାଳୟେ ସପ୍ତମ ଶ୍ରେଣୀ ଶେଷ

ବାଳିକା ଉଚ୍ଚ ବିଦ୍ୟାଳୟ ୟୁନିଟ-ଦୁଇରେ ମାଟ୍ରିକ ପାସ

           ତାହା ଭୁବନନେଶ୍ବରେ

ରମାଦେବୀ ମହିଳା ମହାବିଦ୍ୟାଳୟରେ ସ୍ନାତକ କଳାରେ ।


ଶ୍ୟାମ ଚରଣ ମୁର୍ମୁଙ୍କୁ ସେ ବିବାହୀ ଦୌପଦୀ ମୁର୍ମୁ ହୋଇଲେ

ଥିଲେ ସେ ଖୁସିରେ ଦୁଇ ପୁତ୍ର ଏକ କନ୍ୟାକୁ ଧରି ସାଥିରେ

           ହାରି ସମୟ ଖେଳରେ 

ବଡ଼ ସାନ ଦୁଇ ପୁତ୍ରଙ୍କ ସହିତ ସ୍ବାମୀଙ୍କୁ ହରାଇଥିଲେ ।

 (ଯଥାକ୍ରମେ-୨୦୦୯, ୨୦୧୩,୨୦୧୪)


କନିଷ୍ଠ ସହାୟିକା ଜଳସେଚନ ଓ ବିଦ୍ୟୁତ୍ ବିଭାଗରେ

ଓଡ଼ିଶା ସରକାରଙ୍କ ଅଧୀନରେ ସିଏ କାର୍ଯ୍ୟ କରିଥିଲେ

           ପୁଣି ରାଇରଙ୍ଗପୁରେ

ଥିଲେ ଶିକ୍ଷକ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ।


ଉଣେଇଶ ଶହ ସତାନବେରେ ସେ ପ୍ରବେଶ ରାଜନୀତିରେ 

ଓ୍ବାଡ଼ ସଭ୍ୟ ଭାବେ ନିର୍ବାଚିତ ପରେ ସେ ରାଇରଙ୍ଗପୁରରେ

           ପୌର ଅଧ୍ୟକ୍ଷା ପଦରେ

ଅଧିଷ୍ଠିତା ଦ୍ବାରା ଦାୟିତ୍ବ କର୍ତ୍ତବ୍ୟ ସୁଚାରୁ ପାଳନ କଲେ ।


ଦୁଇ ଥର ସିଏ ରାଇରଙ୍ଗପୁର ବିଧାନସଭାର ସଭ୍ୟା (୨୦୦୦,୨୦୦୪)

ଭାରତୀୟ ଜନତା ଦଳ ଦଳୀୟ ପ୍ରାର୍ଥୀ ରୂପେ ହୋଇ ଉଭା

            ସଂଯୁକ୍ତ ଶାସନ ବେଳେ

ସ୍ବାଧୀନ ବାଣିଜ୍ୟ, ଗମନାଗମନ ମନ୍ତ୍ରୀ ପଦେ ସିଏ ଥିଲେ ।(ମାର୍ଚ୍ଚ-୬, ୨୦୦୦ ରୁ ଅଗଷ୍ଟ-୬, ୨୦୦୨)


ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗ ମନ୍ତ୍ରୀ ପୁଣି ହୋଇଥିଲେ (ଅଗଷ୍ଟ-୬,୨୦୦୨ ରୁ ମଇ-୧୬, ୨୦୦୪)

ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ

 (୨୦୦୨ ରୁ ୨୦୦୯)

          ସିଏ ବିଜେପି ଜଳରେ

ପୁଣି ଆଦିବାସୀ ମୋର୍ଚ୍ଚା ରାଜ୍ୟାଧ୍ୟକ୍ଷା ପଦବୀରେ ରହିଥିଲେ (୨୦୦୦ ରୁ ୨୦୦୯)


ନୀଳକଣ୍ଠ ସମ୍ମାନରେ ସମ୍ମାନିତ ଶ୍ରେଷ୍ଠ ବିଧାୟକ ଭାବେ (୨୦୦୭)

ହାରି ବି ହରାଇଛନ୍ତି ସମୟକୁ ନାନା ସୁଖେଦୁଃଖେ ଭବେ

           ଆଜି ଯଶ ଅମଳିନ

ଜୀଇଁ ରହିଥିବେ ଭଞ୍ଜ ଭୂମି କନ୍ୟା କାଳ ବକ୍ଷେ ଚିରଦିନ ।


Rate this content
Log in