STORYMIRROR

Sisir Panda

Others

3  

Sisir Panda

Others

ଭଲ ଲାଗେ

ଭଲ ଲାଗେ

1 min
14.3K


ଭଲ ଲାଗେ ବରଷାରେ ଭିଜିବାକୁ

ଭଲ ଲାଗେ ପାଣିରେ ଖେଳିବାକୁ

ଭଲ ଲାଗେ ମୌସୁମୀ ଆସିଗଲେ।

ନାଚି ଯାଏ ମନ ଦେଖି ମୌସୁମୀ

ଅନେକ ସପନ ନାଚେ ଝୁମି ଝୁମି

ବରଷାର ରିମ୍ ଝିମ୍ ତାଳେ

କେତେ କଥା ମନେ ମନେ ଭାଳେ।

କେତେବେଳେ ଭାସି ଆସେ ସେ ଯୁବ ଅତୀତ

ଦୁଃଖ,ସୁଖ ଭରା ଅଭୁଲା ସେ ଗୀତ

ଆହା କି ମନଲୋଭା ସେ ପିଲା ଦିନ

କାଗଜ ଡଙ୍ଗା ଭସାଇବାରେ ମନ।

ଆକାଶରେ ଦେଖି କଳା କଳା ବଉଦ

ବନେ ପୁଚ୍ଛ ଟେକି ନାଚେ ମୟୁର

ଗଗନେ ଦେଖି ମେଘ ମାଳା

ରହି ରହି ଝଲସଇ ଚପଳା।

ବସି ଥିଲେ ଶ୍ରେଣୀ ଗୃହେ

ପାଠରେ ତ ମନ ନ ରହେ

ଅଧା ଛୁଟି ପାଇବାକୁ ମନ

ଅନୁମତି ଦେଇ ଦିଅନ୍ତି ଗୁରୁ ଜନ।

ସାଥୀ ହୋଇ ଯାଉ ବାଟରେ

ଗଡ଼ା ଗଡ଼ି ହେଇ ଯାଉ ପାଣିରେ

ଘରେ ଦେଖି ଆମର ସେ ଅବସ୍ଥା

ସଙ୍ଗେ ସଙ୍ଗେ ହୋଇଯାଏ ପିଠିରେ ବ୍ୟବସ୍ଥା।

ଦେଇ ଦୋଷ ସାଥୀ ଜନେ

ଖୁସି ହୋଇଯାଉ ମନେ ମନେ

ଏହି ପରି ଅନେକ ଗଲା କଥା

କିଛି ଦିଏ ସୁଖ କିଛି ଦିଏ ବ୍ୟଥା।

ତରଙ୍ଗାୟିତ ହୁଏ ଆଜି ଚିତ୍ତ ସାଗରେ

ସ୍ମୃତିର ଢେଉ ସବୁ ପିଟି ହୁଏ ଛାତିରେ

ଭଲ ଲାଗେ ବରଷାର ସ୍ବର

ଭଲ ଲାଗେ ସଙ୍ଗୀତ ବେଙ୍ଗ ବେଙ୍ଗୁଲୀର।

ଭଲ ଲାଗେ ଭାସିଆ ଆଈ

ପିଲାଙ୍କର ସେ ତ ଶ୍ରଦ୍ଧେୟା ଆଈ

ତା ପରି ନ ଥିଲେ କେ ମା'ଧାଈ

ସୁଆଦିଆ ତା ବରା ପକୁଡ଼ି

ଖାଇବାକୁ ଲୋକ ଭିଡ଼ା ଭିଡ଼ି।

ଶାରବଣେ ହେଉ ଥିଲା ଝରି

ମନ ନେଉ ଥିଲା ହରି

କେବେ ଠୁ ତ ସେ ଗଲାଣି ମରି

ଚାଷ ଜମି ଯାଉଛି ଉଜୁଡ଼ି

ଲୋକ ପ୍ରତିନିଧି ମାରୁଚନ୍ତି ଘୁଙ୍ଗୁଡ଼ି।

ଭଲ ଲାଗେ ଦେଖିଲେ ସବୁଜିମା

ଥାଏ ଯଦି ହୃଦେ ମନ ହରିଣୀ

ବରଷା ହୋଇଯାଏ ପ୍ରେମ ତରୁଣୀ

ଭଲ ଲାଗେ ତା ପ୍ରେମ ରାଗିଣୀ।

ମୌସୁମୀ ତୁମକୁ ମୁଁ ପାଏ ଭଲ

ପାଉଥିବି ଜୀବନ ତମାମ

ରହିବନି କେବେ ମୋତେ ନ କରି ଗେଲ।

ଆଉ କେବେ ବଖାଣିବି ତୁମ କଥା

ଆଜି ମୋତେ ଦିଅ ବିଦାୟ ଯଥା।।

ଶିଶିର କୁମାର ପଣ୍ଡା,କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍