STORYMIRROR

Rajabala Tripathy

Others

3  

Rajabala Tripathy

Others

ଭିନ୍ନ ଏକ ଯୁଦ୍ଧ

ଭିନ୍ନ ଏକ ଯୁଦ୍ଧ

1 min
485



କେବେ କେବେ ଏ ଯୁଦ୍ଧ ପାଇଁ ବି

ଅଣ୍ଟା ଭିଡି ଛିଡା ହୁଅ

ଗର୍ଜନ ତର୍ଜନ କରି ଚଉଦିଗ କମ୍ପାଇ

ଦିଅ ରଣ ହୁଙ୍କାର...

ସେ ହୁଙ୍କାରରେ ଥର ହର ହେଉ

ଶତ୍ରୁର ଦରବାର।।

ସେ ଯୁଦ୍ଧ ଅଶିକ୍ଷା ବିରୁଦ୍ଧରେ

ଯୁଗ ଯୁଗ ଧରି ମଣିଷକୁ

ଶୋଷି ଶୋଷି ପଙ୍ଗୁ କରିଥିବା

ଗରିବୀ ଭୋକମାରି ବିରୁଦ୍ଧରେ।।

ମଣିଷ ମଣିଷ ଭିତରେ ଗାର ଟାଣୁ ଥିବା

ଜାତି ଲିଙ୍ଗ ଧର୍ମ ବର୍ଣ୍ଣ ଭଳି ସବୁ ଅସମତା ବିରୁଦ୍ଧରେ

ଆଖି ଥାଉ ଥାଉ ଅନ୍ଧ କରୁଥିବା

ଧର୍ମର ପାଖଣ୍ତତା ବିରୁଦ୍ଧରେ

କୁସଂସ୍କାର ଆଉ ଅନ୍ଧବିଶ୍ୱାସ ବିରୁଦ୍ଧରେ।।

ବାଜୁ ରଣ ଦୁନ୍ଦୁଭି ସବୁରି ମନରେ

ଜ୍ଞାନ ଆଉ ତର୍କର ଧାର ଶାଣିତ ହେଉ

ଫୁଟୁ ଶହ ଶହ ବୋମା ଅନ୍ତରେ ଅନ୍ତରେ

ସେ ବିସ୍ଫୋରଣରେ ଭାଙ୍ଗି ଚୁରମାର ହେଉ

ମଣିଷ ମଣିଷ ଭିତରେ ଥିବା

ସବୁତକ ବିଷମତାର ପ୍ରାଚୀର ।।

ଭୁଶୁଡି ପଡୁ

ବର୍ଷ ବର୍ଷରୁ ମଣିଷ ମନରେ ଘର କରିଥିବା

ଅନ୍ଧବିଶ୍ୱାସ କୁସଂସ୍କାରର ଦୁର୍ଗ।।

ଖର୍ବ ହେଉ

ପୁଞ୍ଜିବାଦର ଗର୍ବ ଆଉ ଗାରିମା।।

ଶତ ଛିନ୍ନ ହୁଅନ୍ତୁ କାଳ୍ପନିକ ସତ୍ତା ସବୁ।।

ରକ୍ତ ନୁହେଁ ଭାତୃପ୍ରୀତିର ବନ୍ୟାରେ

ଵତୁରୀ ଯାଉ ପୃଥିବୀର କୋଣ ଅନୁକୋଣ।।

ବନ୍ଧୁତ୍ୱର ଡୋରରେ ବାନ୍ଧି ହେଉ

ଉତ୍ତରରୁ ଦକ୍ଷିଣ ମେରୁ।।

ଏହି ଭୀଷଣ ସଂଗ୍ରାମ ପରେ ପରେ

ରଣଭୂରିର ଧ୍ୱଂସ ସ୍ତୁପରୁ ପ୍ରତିଷ୍ଠା ହେଉ

ମାନବିକତାର ଭିତ୍ତିଭୂମି

ଫର ଫର ହେଉ ଉଡୁ ବିଜୟ କେତନ

ଜୟ ହେଉ ଜ୍ଞାନ ବିଜ୍ଞାନର

ଜୟ ହେଉ ମାନବିକତାର।

ରାଜବାଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍