STORYMIRROR

Baijayanti Sahoo

Others

3  

Baijayanti Sahoo

Others

ବହି

ବହି

1 min
322



ଚିରନ୍ତନ,ପ୍ରାଣବନ୍ତ,କମନୀୟ

ବ୍ରହ୍ମାଣ୍ତର ଗନ୍ତାଘର

ସମାଜକୁ ଦିଏ ନୂତନ ଆଲୋକ

ସାଜି ଦ୍ବିତୀୟ ଇଶ୍ବର ।


ଶୂନର ଆକୃତି ତିନୋଟି ମୁଣ୍ତଳା

ବ୍ରହ୍ମା,ବିଷ୍ଣୁ,ମହେଶ୍ବର

ତିନିମୁଣ୍ତଳାର କଳେବର ନେଇ

ହୁଏ ଯେ କେତେ ଅକ୍ଷର ।


ସେ ଅକ୍ଷର ଗୁନ୍ଥି ଶଦ୍ଦର ଭାଷାରେ

ସାରା ଦୁନିଆର କଥା

ପୃଷ୍ଠା ପରେ ପୃଷ୍ଠା ସାଇତି ସାଇତି

ଜଗତକୁ ଦିଏ ବାର୍ତ୍ତା ।


ଶାନ୍ତିଦୂତ ରୂପେ ଶିବ,ସତ୍ୟ,ସୁନ୍ଦର

ଶୁଷ୍କଦ୍ରବ୍ଯେ ନବରସ

ସ୍ଥାଣୁ ଜଗତରେ ନବଦିଗଦର୍ଶନ

ସଞ୍ଚରି କରେ ପ୍ରକାଶ ।


ବଞ୍ଚିବାର ରାହା ଚିନ୍ତା,ଅନୁଚିନ୍ତା

ପିଢିରୁ ପିଢିକୁ ବଢେ

ନିରବୀ ନିରବୀ ଦିଏ କହିକହି

ଶିଶୁରୁ ମଣିଷ ଗଢେ ।


ଚଉଦ ବ୍ରହ୍ମାଣ୍ତ ଛପନ କୋଟିଙ୍କ

ଜୀବନର ଗୁଢତତ୍ବ

ଭୂମିରୁ ଭୂମା ଯେ ଅନ୍ତରିକ୍ଷ ଯାଏ

ସାଗରର ସାରତତ୍ବ ।


ତା'ର ମନସଙ୍ଗେ ଯା'ର ମନମିଶେ

କହିଯାଏ ମନେମନେ

ଜ୍ଞାନାଲୋକ ଦେଇ ଦେଶବିଦେଶର

ବ୍ରହ୍ମାଣ୍ତ ବାର୍ତ୍ତା ଚିହ୍ନାଏ ।


ଉଚ୍ଚ,ନୀଚ,ଧନୀ,ଗରୀବ ଭାବେନି

ଦୁଖେଃ,ସୁଖେ ହୁଏ ସାଥୀ

ଉଦ୍ଭାବନ,ଆବିଷ୍କାର ବିଜ୍ଞାନର

ଚିକାତ୍ସା ବିଜ୍ଞାନ ପୋଥୀ ।


ଅରେ ଆରମ୍ଭ ଲ ଠାରେ ଶେଷ

ଜ୍ଞାନ ବାଣ୍ଟିବା ତା' ଲକ୍ଷ

ମହାଶୂନ୍ଯେ ଘୂରେ ବିଜ୍ଞାନୀ ମଣିଷ

ରଖେ ଚଂଦ୍ର ପୃଷ୍ଠ ତଥ୍ୟ ।


ରୂପଠାରୁ ଗୁଣ ମହତ୍ବ ଅଧିକ

ବିଶ୍ବର କଷଣ ହରେ

ଅସମ୍ଭବ ସବୁ ହୁଅଇ ସମ୍ଭବ

ପଢି ତା,ର ପୄଷ୍ଠାପରେ ।


ଧଳା କାଗଜରେ ଦୁଇଟି ଅକ୍ଷର

ଭୂମିରୁ ଭୂମା ସକଳ

ଚିର ପରିଚିତା ସହିଷ୍ଣୁତା ମନ

ପାଖେ ରଖେ ସଦା କାଳ ।


ମିଥ୍ୟାସାଗରରେ ଜୀବନର ସତ୍ୟ

ସୂର୍ଯ୍ଯସମ ଭ୍ରମେ ଧରା

ବୁଝାଇ ଦିଏ ସେ କର୍ମର ଇଶ୍ବର

ଜ୍ଞାନମୄତ ବାଣ୍ଟି ସାରା ।


ଫୁଲଠୁ କୋମଳ ଜହ୍ନଠୁ ଶୀତଳ

ସ୍ବର୍ଗସମ କୋଳ ତା''ର

ଚିରଧନ୍ଯା,ଚିରବନ୍ଦ୍ୟା ସେ ଅନନ୍ୟା

ଦେଶ,ଜାତି,କର୍ଣ୍ଣଧାର ।


ସଂସ୍କୃତି,ଐତିହ୍ୟ,ବେଦ ଓ ପୂରାଣ

ଦେଶ,ଜାତି,ସମାଜର

ଅଚିନ୍ତନୀୟ ସୃଷ୍ଟିସୁଧାରସ

ଲିପିବଦ୍ଧ ତା' ସମ୍ଭାର ।


ସ୍ନୃତି,ଅନୁଭୂତି,ବାର୍ତ୍ତା ଓ କବିତା

ଅକୁହା କଥା ସାଇତା

ଉତ୍ତମ ଚରିତ୍ର,ଜୀବନ ଗଠନ

ଦାନ ତା'ର ମହାନତା ।


***ବୈଜୟନ୍ତୀ ସାହୁ***

ଶିକ୍ଷୟତ୍ରୀ,ନରସିଂହପୁର,

ଶ୍ରୀରାମ ନଗର,ପିପିଲି(ଏନ.ଏ.ସି)

ପୁରୀ

ଫୋନ—୯୪୩୮୨୨୧୫୯୦


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ