ବାସ୍ତବର ରୂପରେଖ
ବାସ୍ତବର ରୂପରେଖ
1 min
557
କଳ୍ପନା ବେଳେବେଳେ ବାସ୍ତବର ରୂପ ନିଏ
ବାସ୍ତବତା କେବେ ହୁଏ କଳ୍ପନା ପ୍ରସୂତ
ଜୀବନଟା ଏକ ଅଭିନଭ ରୂପରେଖ
ଯାହା ଏହି ଦୁଇ ଭାବନାରେ ମିଶ୍ରିତ
ତେବେ ମାନବତା ଶୂନ୍ୟ ଏ କଳ୍ପନା
କେତେ ମିଥ୍ୟା, କେତେ ଦୂର ସତ୍ୟ
ତାହା ନିୟତି ସିଦ୍ଧାନ୍ତ ।
ସୁପ୍ରଭାତେ ସୂର୍ଯ୍ୟଙ୍କର ଉଦୟହିଁ ସତ୍ୟ
କିନ୍ତୁ ନା ଅଛି ଉଦୟ ତାଙ୍କର
ନା ଅଛି ଅସ୍ତ !
ସର୍ବଂସହା ଧରିତ୍ରୀ ଲାଗିଲେ ବି ସ୍ଥିର
ଘୂର୍ଣ୍ଣାୟମାନ ଚଞ୍ଚଳା ଅନବରତ
ଧରାପୃଷ୍ଠେ ବିଦ୍ୟମାନ ଶ୍ରେଷ୍ଠଜୀବ ଏ ମାନବ
କଳ୍ପନା ବାସ୍ତବର ଏକ ମିଶ୍ରିତ ଦୃଷ୍ଟାନ୍ତ
ଯାହା ଭାବିଲେ କିମ୍ଭୂତ
ନଭାବିଲେ ଲାଗେ ଅଦ୍ଭୁତ ଅଦ୍ଭୁତ ।
