STORYMIRROR

Binaya Bhusan Panigrahi

Others

4  

Binaya Bhusan Panigrahi

Others

"ବାସ୍ନା-ଆତ୍ମୀୟତାର"

"ବାସ୍ନା-ଆତ୍ମୀୟତାର"

1 min
167



ଆତ୍ମୀୟତାର ବାସ୍ନା,

ଅକ୍ଳେଶରେ ପରାହତ କରେ

ପାରିଜାତ ଫୁଲର ବାସକୁ,

ପଲକରେ ସଂଚରିତ ହୁଏ

ସିଧାସିଧା ଆତ୍ମାରୁ ଆତ୍ମାକୁ,

ସଂଚରଣ କରେ ଶିହରଣ

ସ୍ନାୟୁର ସାରା ସହରରେ।

ଆବଶ୍ୟକ ହୁଏନାହିଁ

ଆଖି,କାନ,ନାକ ସବୁବେଳେ

ଚିହ୍ନିବାକୁ ଆପଣା ଲୋକକୁ,

ମୁହଁରୁ,ସ୍ୱରରୁ,ଦେହର ଗନ୍ଧରୁ।

ଆବଶ୍ୟକ ହୁଏ ଖାଲି

ବେଦାଗ ପବିତ୍ର ମନଟେ

ପ୍ରେମିକାର ଆନନ୍ଦାଶ୍ରୁ ପରି,

ସରୁ ଘାସ ପତ୍ରରେ ଢଳଢଳ

କାକର ବିନ୍ଦୁଟେ ପରି,

ଶାମୁକାରୁ ବାହାରି ନଥିବା

କଅଁଳ ମୁକ୍ତାଟେ ପରି;

ଯେଉଁଥିରେ ଅନ୍ତରର ପ୍ରତିବିମ୍ବ

ସ୍ପଷ୍ଟ ଏବଂ ସ୍ୱଚ୍ଛ ଦିଶେ

ଦୁଃଖରେ,ସୁଖରେ,

ଆବର୍ତ୍ତମାନରେ।।

=================

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ନିଳାଦ୍ରିବିହାର,ସେକ୍ଟର୍-୫,ପ୍ଲଟ ନଂ-୩୪୨

ଭୂବନେଶ୍ୱର-୨୧

୯୯୩୭୫୪୮୪୩୧

୯୪୩୮୬୭୦୧୨୦



Rate this content
Log in