ବାପା
ବାପା
ସ୍ରଷ୍ଟା ହୋଇ ତୁମେ
ସୃଷ୍ଟି କରିଥିଲ
ଦେଇ ପିଣ୍ଡେ ପ୍ରାଣ ଦାନ,
ଚିହ୍ନିନି ଈଶ୍ୱର
ସ୍ୱର୍ଗ ଅବା ଧର୍ମ
ତୁମେ ମୋର ଭଗବାନ l
ସାଗରଠୁ ଦୀର୍ଘ
ଗଭୀର ହୃଦୟ
ଆକାଶଠୁ ବେଶୀ ବ୍ୟାପ୍ତ,
ସ୍ନେହର ଝରଣା
ଶୀତଳ ଅମୃତ
ଆତ୍ମା ହୁଏ ପରିତୃପ୍ତି l
ପାହାଡ଼ ପରିକା
ଅଚଳ ଅଟଳ
ଝଡ଼ ସବୁ ଯାଅ ସହି,
ସହିଷ୍ଣୁତା ଗୁଣେ
କ୍ଷିତି ସମ ତୁମେ
ଦୁଃଖ ବୋଝ ପାର ବୋହି l
ସୁଖ ସବୁ ଭୁଲି
ସପନ ହଜାଇ
ଦମ୍ଭ ଧରି ଥାଅ ରହି
ପ୍ରସନ୍ନ ବଦନେ
ଜୀବନ ଯନ୍ତ୍ରଣା
ହସି ହସି ଯାଅ ସହି
ତୁମେ ଦେବଦୁତ
ଦେବତା ସାକ୍ଷାତ
ବର୍ଣ୍ଣିବା ସାଧ୍ୟ ମୋ ନାହିଁ,
ତୁମରି ଆଶିଷ
ପଥ ପ୍ରଦର୍ଶକ
ଜୀବନ ଜୀଇଁବା ପାଇଁ l
