STORYMIRROR

SUJATA DAS

Others

3  

SUJATA DAS

Others

ବାପା

ବାପା

1 min
191

ସ୍ରଷ୍ଟା ହୋଇ ତୁମେ 

    ସୃଷ୍ଟି କରିଥିଲ 

      ଦେଇ ପିଣ୍ଡେ ପ୍ରାଣ  ଦାନ, 

ଚିହ୍ନିନି ଈଶ୍ୱର 

    ସ୍ୱର୍ଗ ଅବା ଧର୍ମ 

      ତୁମେ ମୋର ଭଗବାନ l


ସାଗରଠୁ ଦୀର୍ଘ 

    ଗଭୀର ହୃଦୟ 

      ଆକାଶଠୁ ବେଶୀ ବ୍ୟାପ୍ତ, 

ସ୍ନେହର ଝରଣା 

    ଶୀତଳ ଅମୃତ 

       ଆତ୍ମା ହୁଏ ପରିତୃପ୍ତି l


ପାହାଡ଼ ପରିକା 

    ଅଚଳ ଅଟଳ 

      ଝଡ଼ ସବୁ ଯାଅ ସହି, 

ସହିଷ୍ଣୁତା ଗୁଣେ 

     କ୍ଷିତି ସମ ତୁମେ 

         ଦୁଃଖ ବୋଝ ପାର ବୋହି l


ସୁଖ  ସବୁ ଭୁଲି 

    ସପନ ହଜାଇ 

      ଦମ୍ଭ ଧରି ଥାଅ ରହି 

ପ୍ରସନ୍ନ ବଦନେ 

    ଜୀବନ ଯନ୍ତ୍ରଣା 

      ହସି ହସି ଯାଅ ସହି 


ତୁମେ  ଦେବଦୁତ 

    ଦେବତା  ସାକ୍ଷାତ 

        ବର୍ଣ୍ଣିବା ସାଧ୍ୟ ମୋ ନାହିଁ, 

ତୁମରି  ଆଶିଷ 

     ପଥ  ପ୍ରଦର୍ଶକ 

       ଜୀବନ ଜୀଇଁବା ପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍