STORYMIRROR

Mamatamanjari Das

Others

3  

Mamatamanjari Das

Others

ବାପା

ବାପା

1 min
364

ବାପା ହାତ ଯଦି ମୁଣ୍ଡରେ ଥାଏ

ଦରକାର ପଡେନି ଛତା

ଆକାଶ ବୁକୁରୁ ଶୂନ୍ୟ ମାଟି

ଦୂର ଦୀଗନ୍ତ ବ୍ୟାପି

ମିଳିଥାଏ ସଦା ତାଙ୍କର ଅନନ୍ତ ସତ୍ତା ।

ଦିକି ଦିକି ହୋଇ ଜଳୁଥାଅ ସିନା

ହେଲେ ସନ୍ତାନ କୁ ତୁମ

ସୁରକ୍ଷା ଯୋଗାଇ ଥାଅ

ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି

ପିଲାଙ୍କ ପେଟ ପୁରାଅ

ଯେତେ କଷ୍ଟ ଆସୁ ଖାତିରି ନକରି

ସଂସାର ଗାଡିକୁ ତୁମେ ଅକ୍ଳେଶରେ ଟାଣି ନିଅ।

ବାପା ବୋଲି ଯେଉଁ ଶଦ୍ଦ ଯୁଗଳ

ଶଦ୍ଦରେ ବନ୍ଧା ନୁହେଁ

ସେ ଶଦ୍ଦ ସହିତ ସନ୍ତାନର ଭାଗ୍ୟ

ଜନମରୁ ଜୁଇ

ସଦା ଲେଖା ହୋଇ ଥାଏ ।

ତୁମର ସେ ଦୁର୍ଲ୍ଲଭ ସ୍ନେହ ଅମୂଲ୍ୟ ମମତା

ସନ୍ତାନ କୁ ଦେଇ ଚାଲ ଖାଲି

କେବେ ରଖନାହିଁ ପାଇବାର ଆଶା

ସେଥିପାଇଁ ଏ ବିଶ୍ୱ ଧାମେ ପରିଚିତ ତୁମେ

"ଦ୍ୱିତୀୟ ଈଶ୍ୱର"

ହେ ପୂଣ୍ୟାତ୍ମା ,ତୁମ ପଦ ଯୁଗଳରେ

ମୋର କୋଟି କୋଟି ନମସ୍କାର ।



Rate this content
Log in