STORYMIRROR

Mamatamanjari Das

Others

4  

Mamatamanjari Das

Others

ବାପା

ବାପା

1 min
216


           


ବାପା,

ଯିଏ ଖାଲି ଦେଇ ଚାଲେ

ରଖେନି କେବେ ପାଇବାର ଆଶା

ପିଲାଙ୍କର ସେ ଆଶାବାଡି

ସାହା ଓ ଭରଷା।


ବାପା,

ଜଳୁଥାନ୍ତି ସଦା ଦିକି ଦିକି ହୋଇ

ଆକାଶର ତାରା ପରି

ବିପଦ ଆସିଲେ ପରିବାର ପାଇଁ

ଛିଡା ହୋଇଯାନ୍ତି ପିଠିକରି।


ବାପା,

ହୃଦୟଟି ତାଙ୍କ ସ୍ନେହଭିଜା ଡୋର

ହେଲେ ବାହାରକୁ ରୁକ୍ଷ

ପିଲାଙ୍କ ଭବିଷ୍ୟ ସଜାଡିବା ପାଇଁ

ଦିଅନ୍ତି ସେ ଉପଦଶ ।


ବାପା,

ମୁଣ୍ଡ ଝାଳ ସଦା ତୁଣ୍ଡରେ ମାରନ୍ତି

ସନ୍ତାନର ସୁଖ ପାଇଁ

ଖରା ବରଷାକୁ ଖାତିର ନକରି

ନିରନ୍ତର ଥାନ୍ତି ଧାଇଁ।


ବାପା,

ବାପା ବୋଲି ଯେଉଁ ଅକ୍ଷର ଯୁଗଳ

କେବେ ଶବ୍ଦରେ ବନ୍ଧା ନୁହେଁ

ଜନମରୁ ଜୁଈ ସନ୍ତାନର ଭାଗ୍ୟ

"ବାପା" ନାମରେ ଯେ ବନ୍ଧା ଥାଏ ।


ବାପା,

ସେଥିପାଇଁ ଏ ବିଶ୍ୱ ବ୍ରହ୍ମାଣ୍ଡେ ତୁମେ

ପରିଚିତ 'ଦ୍ୱିତୀୟ ଈଶ୍ୱର'

ତୁମ ପଦ ଯୁଗଳେ ମୋର

କୋଟି ନମସ୍କାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍