Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Others

4  

Sarojini Mishra

Others

ବାପା ମୁଁ ସ୍ୱୀକାର କରୁଛି

ବାପା ମୁଁ ସ୍ୱୀକାର କରୁଛି

1 min
385


ବାପା ତୁମେ ପରା ସଂସ୍କାରର ସେତୁ

ପରିବାର ମେରୁଦଣ୍ଡ

ଅକୁହା ଭାଷାରେ ବିନା ପ୍ରତ୍ୟାଶାରେ

ଜୀବନରେ  ଭର ରଙ୍ଗ  । 


ନାରିକେଳ ଭଳି ଉପରଟା ଟାଣ

ଭିତରଟା ରସ ମୟ

ଜୀବନ ଫର୍ବ୍ଦରେ ତ୍ୟାଗ ସ୍ୱର ଲିପି

ତୁମେ ପରା ଲେଖି ଦିଅ ।


ମାଆର ପଣତ ମମତାରେ ଭରା

ତୁମେ ପଥ ପ୍ରଦର୍ଶକ

କର୍ମଯୋଗୀ ଟିଏ ଆଶା ତ୍ୟାଗୀ ଟିଏ

ତୁମେ ଅଟ ମୋ ଆଧାର ।


ମାଆର ପଣତ ଶ୍ରୀମନ୍ଦିର ନେତ

ତୁମେ ପରା ତତ୍ତ୍ଵ ମୟ

ଅକୁହା ଅଦେଖା ପ୍ରୀତିର ଝରଣା

ତୁମେ ଆମର ଆଶ୍ରୟ ।


ତୁମ ବେତ ମାଡ ମନ୍ଦିର ଠିକଣା

ଆମକୁ ବତାଇ ଥାଏ

ସଂସ୍କାରର ସେତୁ ତୁମେ ଗଢିଅଛ

ସେ ସେତୁ ଯେ ଝଡ଼ ରୋକେ ।


ହାତ ଛାଡିବାକୁ ମାଆ ସିନା ଡରେ

ତୁମେ ଯେ ସାହସ ଦିଅ

ତୁମରି ପ୍ରୟାସେ ସାହସ ବଢିଛି

ଏହା ମୁଁ କରେ ସ୍ଵୀକାର ।


ଜୀବନେ ଲଢିବା ତୁମେ ଶିଖାଇଛ

ଜୀଇଁବା କଳା ଦେଇଛ

ତୁମରି ଦାନରେ ଜୀବନ ମୋ ପୂର୍ଣ୍ଣ

ହେ ମୋର ପରମେଶ୍ଵର ।


ଫଳନ୍ତି ବୟସ ମୋ ପାଇଁ ଦେଇଛ

ମୋ ରକ୍ତେ ତୁମର ଛିଟା

ତୁମ ଶ୍ରମ ଝାଳେ ରକ୍ତ ମୋ ତିଆରି

ତୁମେ ଆଦର୍ଶର ଧାରା ।


ଜୀବନ ନାଟକ ଶେଷ ଅଙ୍କେ ତୁମେ

ଉପନୀତ ହୋଇ ଅଛ

ସ୍ଵୀକାର କରୁଛି ଆହେ କର୍ମବୀର

ତୁମେ ମୋହର ଇଶ୍ଵର । 


ତୁମ ରାଗକୁ ମୁଁ ସ୍ଵୀକାର କରୁଛି

ସିଏ ମୋ ଜୀବନ ଦିଶା

ସ୍ଵୀକାର କରୁଛି ତୁମ ପ୍ରେମକୁ ମୁଁ

ସିଏ ତ ଫଲ୍‌ଗୁର ଧାରା ।


ଆହେ କର୍ମ ବୀର ସ୍ଵୀକାର କରୁଛି

ତୁମେ ଯେ ମୋର ନମସ୍ୟ

କର୍ତ୍ତବ୍ୟ କର୍ମର ମର୍ମରେ ମର୍ମରେ

ତୁମେ ଅଟ ମୋ ଆଦର୍ଶ ।


Rate this content
Log in