STORYMIRROR

Bikesh Sahu

Others

0  

Bikesh Sahu

Others

ବାଃ ବାଃରେ ଏଇ ଗଣତନ୍ତ୍ର ବ୍ୟବସ୍ଥା

ବାଃ ବାଃରେ ଏଇ ଗଣତନ୍ତ୍ର ବ୍ୟବସ୍ଥା

1 min
395


କୁରୁସଭା ଆଜି ସାଜିଛି ଏ ଦେଶ

ଧୃତରାଷ୍ଟ୍ର ହୋଇ ବସିଛି ଶାସକ

ଜନତା ସାଜିଛି ଦ୍ରଷ୍ଟା

ଦୁଃର୍ଯ୍ୟ ଦୁଃଶାସନ ଆବର କୌରବ

ନେତା ମନ୍ତ୍ରୀ ଯେତେ ସର୍ବେ ଉପଗତ

କାହାର ଅଛି କ୍ଷମତା

ଢାଙ୍କି ପାରିବ କି ଅଛ କିଏ ଏଠି ?

ଏ ଯୁଗ ଦ୍ରୌପଦୀ ଲଜ୍ଜା ।

ବାଃ ବାଃ ରେ ଏଇ ଗଣତନ୍ତ୍ର ବ୍ୟବସ୍ଥା ।

ପାଞ୍ଚ ବର୍ଷ ତଳେ ନିର୍ବାଚନ ବେଳେ

ବସି ଥିଲା ସଭା ଏଇ ମହୀ ତଳେ

ମାତିଥିଲା ଏ ଜନତା

ମଦ ମାଂସ ଟଙ୍କା ଛୁଟି ଥିଲା ସୁଅ

ନେତା ଅଭିନେତା ମନ୍ତ୍ରୀ ଯେତେକ

ସର୍ବେ ହୋଇଥିଲେ ଉଭା

ନେତା ତ କପଟୀ ଫାଶେ କଲା ବନ୍ଦି

ଛିନ୍ନ କଲା ସ୍ଵାଧୀନତା ।

ବାଃ ବାଃ ରେ ଏଇ ଗଣତନ୍ତ୍ର ବ୍ୟବସ୍ଥା ।

ତୁଚ୍ଛ ମଦ ମାଂସ ମୋହେ ହୋଇ ବସ

ହରିଲା ଜନତା ନିଜ ଅଧିକାର

କାଳ ହେଲା ଆଜି ତାହା

ତଥାପି ମୁଣ୍ଡରେ ପଶିନି ଅକଳ

ନିଜ ହାତେ କରି ଦେଶ ନାରଖାର

କହେ ଦୋଷୀ ରାଜନେତା

ନିଜେ ଦୋଷୀ ହୋଇ ପରେ ଦୋଷ ଦେଇ

ଦୁଃଖ ଭୋଗୁଛି ଜନତା ।।

ବାଃ ବାଃ ରେ ଏଇ ଗଣତନ୍ତ୍ର ବ୍ୟବସ୍ଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍