STORYMIRROR

Bikesh Sahu

Others

0  

Bikesh Sahu

Others

ବାଃ.. ବାଃ.. ରେ ଏଇ ଆମ ଗଣତନ୍ତ୍ର

ବାଃ.. ବାଃ.. ରେ ଏଇ ଆମ ଗଣତନ୍ତ୍ର

1 min
180


ଦୋଷୀ ବୁଲେ ରାଜରାସ୍ତାର ଉପରେ

ନାହିଁ ତାର ଡର ଭୟ

ନିର୍ଦୋଷୀ ପୀଡିତ ସହେ ଏଠି ଚାପ

ଦୋଷୀଟା ତ ଗୋସିବାପ

ବାଃ.. ବାଃ..ରେ ଏଇ ଆମ ଗଣତନ୍ତ୍ର 

ମାଛକୁ ନ ଧରି ଧରେ ବେଙ୍ଗୁସୁଲି

ମିଛେ କରେ ଅଭିନୟ ।।

ଚାଷୀ କାନ୍ଦେ ଏଠି ବାହୁନି ବାହୁନି

ଦାଦନ ହରାଇ ହାତ

ନାରୀର ଇଜ୍ଜତ ଲୁଟ ହୁଏ ଏଠି

ରାଜରାସ୍ତାର ଉପର

ବାଃ.. ବାଃ..ରେ ଏଇ ଆମ ଗଣତନ୍ତ୍ର

ରକ୍ଷକ ତ ଏଠି ସାଜେରେ ଭକ୍ଷକ 

କେହି ତ ବୁଝେ ନା ଦୁଃଖ ।।

ନାମ ଗଣତନ୍ତ୍ର ଚାଳେ ରାଜତନ୍ତ୍ର

ଶୋଷିତ ହୁଏ ନିରୀହ

କୃଷକ ଶ୍ରମିକ ଖଟିଖିଆ ଏଠି

କରୁଛି ଖାଲି ସଂଘର୍ଷ 

ବାଃ.. ବାଃ..ରେ ଏଇ ଆମ ଗଣତନ୍ତ୍ର 

ଯୁବ ଶକ୍ତି ଆଜି ସାଜିଛି ବେକାରୀ

ଖାତିର ନାହିଁ କାହାର ।।

ସର୍ବ ଶିକ୍ଷା ବୋଲି ଖାଳିତ ଯୋଜନା

ଶିଶୁ ସାଜୁଛି ଶ୍ରମିକ

ଚିକିତ୍ସା ଅଭାବେ ମରୁଛି ଜନତା

କାନ୍ଧେ ବୁହାହୁଏ ଶବ

ବାଃ.. ବାଃ..ରେ ଏଇ ଆମ ଗଣତନ୍ତ୍ର

ଆସନ ପାଇଁ ତ ଚାଳେ ଏଠି ନାଟ

ଭାଷି ଗଲେ ଯାଉ ଦେଶ ।

BIKESH SAHU


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍