STORYMIRROR

Chittaranjan Lenka

Others

3  

Chittaranjan Lenka

Others

ବାବା ଧବଳେଶ୍ଵର

ବାବା ଧବଳେଶ୍ଵର

1 min
13.3K


ସାଧୁ ହେଉ ଅବା ଚୋର ଯଦି ଡାକେ

ଦୁଃଖରେ ହୋଇ କାତର

ତା ଡାକ ତୁରନ୍ତ ଶୁଣୁ ଏହା ସତ

ହେ ବାବା ଧବଳେଶ୍ଵର

ମାନସିକ କଲା ବାଛୁରୀ ନ ଦେଲା

ଲୋଭ କରିଲା ବ୍ରାହ୍ମଣ

ସେହି ବାଛୁରୀ କୁ ଚୋର ଧରିନେଲା

ଲୋକ କରିଲେ ଗର୍ଜ୍ଜନ

ଧରାପଡି ମାଡ ଖାଇବା ଭୟରେ

ବିକଳରେ ଦେଲା ଡାକ

ତୋର ମନ୍ଦିରରେ ବାଛୁରୀ ଛାଡିଲା

ପହଞ୍ଚିଲେ ସବୁ ଲୋକ

ସାଧୁ ରୂପ ଧରି ଦେଖା ଦେଲୁ ବାବା

ଦେଖାଇଲୁ ତୋ ବିସ୍ମୟ

ମାନସିକ ଭୁଲି ଦଣ୍ଡ ମୁଁ ପାଇଲି

ବ୍ରାହ୍ମଣ ମନରେ କୋହ

କଳା ବାଛୁରୀ କୁ ଧଳା କରିଦେଲୁ

ନିଜେ ହେଳୁ ଧଳା ରୂପ

ମୋ ମନ କଳାକୁ ଧଳା କରିଦିଅ

କାଢିନେଇ ସବୁ ପାପ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍