STORYMIRROR

PRASANTA MALIK

Others

3  

PRASANTA MALIK

Others

ଅତୀତ

ଅତୀତ

1 min
290

ଅତୀତ ଏକ ଶଦ୍ଦ ନୁହେଁ ଏକ ଭାବନା

ଆଦାୟ ହୋଇପାରିନଥିବା ଖଜଣା

ବର୍ତ୍ତମାନକୁ ଗିଳି ଦେଇ ସ୍ମୃତି ବଗିଚାରେ

ସଜାଇ ରଖୁଥିବା ଏକ ମାଳୀ ବୋଲି ଜଣା

କେବେ ଫେଁ ଫେଁ କରି ହସାଏ

ପୁଣି କେବେ ଭୁଁ ଭୁଁ କରି କନ୍ଦାଏ

କେବେ ଅଦିନିଆ ଝଡ଼ ସାଜି

ସ୍ମିତ ହସ ଆଙ୍କି ଦିଏ

କେବେ କଳାହାଣ୍ଡିଆ ମେଘ ସାଜି

ସ୍ମୃତି ମାନସକୁ ଢାଙ୍କି ଦିଏ

କେବେ ଚୁପ୍ ଚାପ୍ ଏକାକୀ

ସୁନେଲି ନିରୋଳା ମୁହୂର୍ତ୍ତକୁ ଟାଣି ନିଏ

ଆଉ ଶାଣିତ ଖଡ୍ଗ ସାଜି

ହୃଦୟର କୋରଡକୁ ହାଣି ଦିଏ

ସମୟର କରାଳରେ

କିଛି କରିପାରିନଥିବାର ଆଶା

ଆଉ କିଛି ଭୁଲ କରିଦେଇଥିବାର ଅନୁତାପର

ପ୍ରଶ୍ନରେ ଛନ୍ଦେଇ ଦିଏ

ଏହି ଅତୀତ!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍