ଅଥଳ ସେ ଅଟଳ
ଅଥଳ ସେ ଅଟଳ
ହେ ମହାନ ଅଥଳ
ଭାରତ ରତନ
ଅଟଳ
ତୁମେ ଥିଲ ଆମ୍ଭ
ଆଖି କଜଳ
ଚାଲିଗଲ ଦେଇ
ଲୁହ ଅଶ୍ରୁଳ ।
ତୁମେ ସତ୍ୟ ଓ ଧର୍ମର
ଗଙ୍ଗା ଜଳ
ପ୍ରେମ ମନ୍ତ୍ର ଗାଇ
କୁଳୁ କୁଳୁ ହେଇ
ପବିତ୍ର କରିଲ
ମାଟି ମା କୋଳ ।
ତୁମେ ମା ଭାରତୀର
ପୁଣ୍ୟ ଶ୍ରୀ ଫଳ
ନିଜକୁ ସମର୍ପି
ମା ର ପୂଜାରେ
ଛାପି ଗଲ ଯଶ
କାଳ କାଳ
ତେଣୁ ତୁମେ ଅଥଳ
ଆଉ ଅଟଳ
ତୁମେ ଆମ୍ଭ ହୃଦ କମଳ
ହେ ଯୁଗ ପୁରୁଷ
ଅଟଳ ।