Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pareshchandra Das

Others

3  

Pareshchandra Das

Others

ଅସଲ ନକଲ

ଅସଲ ନକଲ

1 min
206


ବାଘ ନ ଦେଖିକି  ବିରାଡ଼ି ଦେଖ

ଲୁମ୍ବାଇ ଦେଖିକି   ଆଇନି ଶିଖ ।

ଧାରାରେ ଜନମ ଧାରାରେ ମରଣ

ନଖରେ ମାରୁଛି ନିଖ ।

କୁକୁଡ଼ା ଚୋରକୁ ଜେଲ ଜୋରିମାନା

ହତ୍ୟାକୁ ନ ମାଡ଼ ପାଖ ।।


ଯୁଦ୍ଧ ନ ଦେଖିଛ ଫିଲିମି ଦେଖ

ନିଶା ନ କରିକି ନିଶାଡ଼ି ଦେଖ

ରୂପେଲି ପରଦା ମୁଲାୟମ ପରୀ

ଗଦେଇ ଦେଉଛି ସୁଖ ।

ମଲାଟ ଉତ୍ତାରି  ଅସଲ ଦେଖାଏ

ସାଉଁଟେ କେତେ ଯେ ଲକ୍ଷ ।


ବିରାଡ଼ି କି କେବେ ହୋଇବ ବାଘ

ହିରୋ କି ମାଡିବ  ଯୁଦ୍ଧର ପାଖ ।

ଘୋଷା ସଂଳାପକୁ ଦି ପଦ ଢାଳି କି

ହଲାଇ ଦିଏ ତା କାଖ ।

ମିଛ ପ୍ରବଞ୍ଚନା  ଭେଳିକି ଦେଖାଇ

ପକେଟ କାଟୁଛି ସୁଖ ।।


ସବୁ ବାଇଡଙ୍କ ଅଛିଣ୍ଡା ଅଙ୍କ

ବଢି ତ ଚାଲିଛି ତାଙ୍କରି ଡଙ୍କ

ଉପରେ ଦିଶୁଛି କାଚ କେନ୍ଦୁ ପାଣି

ଭିତରେ ଛାତିଏ ପଙ୍କ ।

ହେଉଛୁ କାହିଁକି ରଙ୍କ ।

ସବୁ ସୁନ୍ଦର ତ   ସୁନ୍ଦର ନୁହଇଁ

କହିଲେ ଲାଗିବ ଚେଙ୍କ ।।



Rate this content
Log in