STORYMIRROR

Rajabala Tripathy

Others

3  

Rajabala Tripathy

Others

ଅଶୁଦ୍ଧ ରକ୍ତ

ଅଶୁଦ୍ଧ ରକ୍ତ

1 min
235


ଏଇତ ସେଇ ନାଲି ତତଲା ରକ୍ତ

ଯାହା ପ୍ରବାହିତ ହୁଏ

ତୁମ ଧମନୀରେ।

ଯାହା ନିର୍ଗତ ହୁଏ

ମୋ ଯୌନାଙ୍ଗରୁ।।

କଣ ଫରକ ଅଛି କୁହ

ତୁମ ଧମନୀରେ ପ୍ରବାହିତ ରକ୍ତ

ଆଉ ମୋ ଯୌନାଙ୍ଗରୁ ନିର୍ଗତ ରକ୍ତର ଧାରରେ।।

ତୁମ ରକ୍ତ ଜୀବନ ଦିଏ

ମୋ ରକ୍ତ ବି ଜୀବନ ଗଢେ

ମୋ ଭିତରେ ବିକଶିତ ଜୀବନର

ପ୍ରଥମ ଅଵଶ୍ୟକତା ହିଁ ତ ସେଇ ରକ୍ତ।।

ତା ହେଲେ କୁହ

ହେ ପୂଜାରିମାନେ ପଣ୍ଡିତମାନେ ମୌଲବୀମାନେ

କିପରି ତୁମ ରକ୍ତ ପବିତ୍ର

ଆଉ ମୋର ଅଶୁଦ୍ଧ ଅପବିତ୍ର।।

ବିର୍ଯ୍ୟଵାନ ହୁଅ

ଯଦି ଆଶୀର୍ବାଦ ହୁଏ

ତେବେ ରଜ ଉଚ୍ଚାରଣରେ ପାପ କେମିତି

ତୁମ ବୀର୍ଯ୍ୟ ଯଦି ସୃଷ୍ଟିର ଗୀତ ଗାଏ

ମୋ ରଜ ବି ତ ଜୀବନର ଶକ୍ତି।।

କୁହ ବିନା ରଜରେ

ବୀର୍ଯ୍ୟ କି ବା କରିପାରିବ

ଜୀବନର ସୃଷ୍ଟି।।

ତଥାପି ମୁଁ କେମିତି ପାପୀ

ଆଉ ତୁମେ ପୁଣ୍ୟ ଦେହୀ।।

ଉତ୍ତର ଦିଅ ହେ ଧର୍ମତ୍ମା ପୁରୁଷ

ଉତ୍ତର ଦିଅ

ନ ହେଲେ ମାନିନିଅ

ତୁମେସବୁ ଏକ ପାପର ପରିଣାମ

ନାରୀ ଯୋନିରୁ ପ୍ରବାହିତ

ପାପର ରକ୍ତରେ ଗଢ଼ା ତୁମ ଅସ୍ତିତ୍ୱ

କୁହ ନାହିଁ ଜମା ଆଉ

କୁହ ନାହିଁ

ଆମେ ସବୁ ଅମୃତର ସନ୍ତାନ ବୋଲି।।

ରାଜବାଳା....



Rate this content
Log in