STORYMIRROR

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଅଫେରା ଅତୀତ ଫେରିଲା ପରେ

ଅଫେରା ଅତୀତ ଫେରିଲା ପରେ

1 min
5.2K



ଯିବା ପରେପରେ କେବେକେବେ ପୁଣି

ଭୁଲିଥିବା ବାଟ ଖୋଜିଖୋଜି ପାଦ

ଫେରିଆସି ଖୋଜେ ହଜିଲା ଠିକଣା

କେବେ ଖୋଜି ପାଏ କେବେ ହଜିଯାଏ

ଅସହାୟ ହୋଇ ଅମା ଅନ୍ଧକାରେ।


ତମେ ଯିବାପରେ ମନ ଗହନର

ଗୋପନ ଗୁହାରେ ଛୁପାଇ ନିଜକୁ

ପିଇ ଚାଲିଥିଲି ଆଖିଲୁହ ଯେତେ

ଝରି ଯାଉଥିଲା ଛାତି ତଳେତଳେ

ବିରହ ବେଦନା ଧୋଇ ଧୀରେଧୀରେ।


ଯେତେଯେତେ ଲୁହ ବୋହି ଯାଉଥିଲା

ସେତେ ବେଶିବେଶି ବସା ବାନ୍ଧୁଥିଲା

ଆତ୍ମବିଶ୍ୱାସର ଟିକି ଚଢ଼େଇଟେ

ତମ ସଂଗେ ପୁଣି ଦେଖାହେବ ଥରେ

ଗୋଧୂଳି ବେଳାରେ,କ୍ଲାନ୍ତ ସାୟାହ୍ନରେ।


ଅନ୍ଧାର ଭିତରେ ଅତି ନିକଟରୁ

ଆଡେଇ ଅନ୍ତର ତଳ ନିସଙ୍ଗତା

ଏକାନ୍ତ ଆତ୍ମୀୟ ସ୍ୱରଟିଏ ଆସି

ଆଶାର ସଲିତା ତେଜି କହୁଥିଲା

ଅଫେରା ଅତୀତ ଫେରେ ନିଶ୍ଚେ ଥରେ।


ଦୁକୁଦୁକୁ ଜାଳି ବିଶ୍ୱାସର ସେଇ

ସଲିତା ଆଲୁଅ ପୋ ଡୋଳାରେ ଥୋଇ

ଅପେକ୍ଷାରେ ସଞ୍ଜ ଗଲାବେଳେ ନଇଁ

ଅମାନିଆ ମନ ନ ମାନି କହିଲା

ଫେରିବ ଗୋ ତମେ,ରାତି ହେଲାପରେ।।


ଫେରିଲେ ଦେଖିବ, ମେଲା ଥିବ ଆଖି

ନିଷ୍ପ୍ରାଣ ଦେହର ସେ ଖୋଲା ଆଖିରେ

ଦେଖିବ ଗୋ ସାଥୀ,ଯାଉଥିବେ ବୋହି

ଦୃଢ଼ ବିଶ୍ଵାସର କ୍ଷୀଣ ଦୁଇଝର

ଅଫେରା ଅତୀତ ଚିବୁକ ପରେ।।


(ତମେ ମୋ ଅଫେରା ଅତୀତ।

ତମେ କେବେନା କେବେ ଥରେ ଫେରିବ

ଆଉ ଦେଖିବ ତମ ଗାଲ ପରେ ଦୁଇଧାର ଲୁହ ଗଡି ଆସିବ।)

=======©========

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପିରହାଟ ବଜାର,

ଭଦ୍ରକ-୩୧

ଦୂରଭାଷ କ୍ରମାଙ୍କ:୯୯୩୭୫୪୮୪୩୧

–––––––––––––

ସେକ୍ଟର-୫,ନୀଳାଦ୍ରି ବିହାର,

ଭୁବନେଶ୍ୱର-୨୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍