ଅନୁତାପ
ଅନୁତାପ
1 min
434
ସଫେଦ କେଶ
ଶୁଷ୍କ ଚର୍ମ କ'ଣ
ଲୁଚିପାରେ
କବିର କଲମରେ
ବୟସର ଅପରାହ୍ନ
ସନ୍ତର୍ପଣରେ
ଝୁଲୁଥାଏ
ଅଚିହ୍ନା ପ୍ରେମରେ
ଛଳନାର ଝୁଲା
ଖାଲିଯାହା
ଅବଶୋଷ
ପାଷାଣ ପ୍ରତିମା
କାହାର ନୁହେଁ
ମାତ୍ର ସଭିଏଁ
ପୂଜୁଥିବା
ପ୍ରତିମାଙ୍କର
***********
ପ୍ରେମର ପରିଧିରେ
ସମ୍ପର୍କ ର ସତ୍ତା
କିଏ ଜିତିଛି
କିଏ ହାରିଛି
ଏଠି ସବୁ ଉଦ୍-ଭ୍ରାନ୍ତି
ତନ୍ଦ୍ରାରେ ଆଖିବୁଜି
ସ୍ୱପ୍ନ ଦେଖୁ ଦେଖୁ
ଜୀବନ ସରିଯାଏ
ଖାଲିଯାହା
ଅନୁତାପ ବାକିରହେ
**********
ପବିତ୍ର ଜଳରେ ସ୍ନାନ
ସହସ୍ର ତିଳତର୍ପଣ
ଦେଇ ପାରେ ନାହିଁ
ମଣିଷକୁ ନିଷ୍ପାପ ପବିତ୍ରତା
ଆତ୍ମ ସମର୍ପଣରେ
ଜର୍ଜରିତ ଅନୁତପ୍ତ ଆତ୍ମା
କ୍ଷଣିକ ରେ ହୁଏ
ପୁତ ଓ ପବିତ୍ର
ଏ'ତ ଭକ୍ତି ଓ ନିଷ୍ଠାର
ସନ୍ତୁଳିତ ସୁନ୍ଦରତା.... 🌼
