ଅନ୍ତର ବାଣୀ
ଅନ୍ତର ବାଣୀ
1 min
495
ଆତ୍ମା ତ ଅମର
ସଭିଏଁ ଜାଣନ୍ତି
ଜାଣି ତ ଅଜଣା
ଆଜିର ମାନବ,
ଶରୀର ସର୍ବସ୍ବ
ଅର୍ଥରେ ବଶ
ଇନ୍ଦ୍ରିୟ ଦାସ।।
ଅବକ୍ଷୟ ମୂଲ୍ୟବୋଧ
ନୀତି ହୀନ ରାଜନୀତି
ଦିଶାହୀନ ଯୁବ ସମାଜ
ଦିଗହରା ଶିକ୍ଷା ପଦ୍ଧତି
ଦୃଷ୍ଟି ହୀନ ଜଙ୍ଗଲ ନୀତି
ଅପରାଧୀ ଚାଲେ ଏଠି
ଛାତି ଫୁଲେଇ।
ଶିକ୍ଷିତ ଏଠି
ସବୁ ଦେଖେ ସବୁ ଶୁଣେ
ଅନ୍ୟାୟ ବିରୋଧରେ
ମୁଖ ନ ଖୋଲେ।
ସମୟ ଉପଯୁକ୍ତ ବନ୍ଧୁ
କର ବିଦ୍ରୋହ ଉଠାଅ
ଖଡ଼୍ଗ ନିଜ ଅନ୍ତରର
ହେଉ ଶିରଛେଦ୍ଦ
ଅନ୍ୟାଅ ଭ୍ରଷ୍ଟାଚାରର।।
।।ଜୟ ହିନ୍ଦ୍।।
ଶିଶିର କୁମାର ପଣ୍ଡା, କଟକ।।
