STORYMIRROR

Mamatamanjari Das

Others

4  

Mamatamanjari Das

Others

ଅନନ୍ତ ବ୍ରହ୍ମ....

ଅନନ୍ତ ବ୍ରହ୍ମ....

1 min
203

ଏତେ ବଡ ଏଇ ବିଶାଳ ସୃଷ୍ଟିରେ

ତୁମେ ସ୍ୱାମୀ ଜଗନ୍ନାଥ

ତୁମ ପାଇଁ ଶୋଭା ସୂର୍ଯ୍ୟଙ୍କ କିରଣ

ଗଗନେ ଚନ୍ଦ୍ର ତାରାଙ୍କର ପଥ।


ତୁମ ପାଇଁ ସିନା ଏ ବିଶାଳ ସାଗର

ତା' ବକ୍ଷର ଉର୍ମି ମାଳ

ତୁମ ପାଇଁ ଶୋଭା ସବୁଜ ବନାନୀ

ବୃକ୍ଷ ଡାଳେ ଫୁଲ ଫଳ ।


ତୁମେ ତ ଦେଇଛ କୋଇଲିକୁ କୁହୁ

ଜୀବଜନ୍ତୁ ଧରା ପରେ

ତୁମେ ବି ଦେଇଛ ଶିଶୁ ମୁହେଁ ହସ

ତା'ର ଚପଳ ମତିରେ ।


ତୁମ ଏ ସୃଷ୍ଟିର ସୁନ୍ଦର ପର୍ବତ

ନଭ ଛୁଇଁ ଛୁଇଁ ଖେଳେ

ଭସା ବାଦଲରେ ବରଷା ଭରିଛ

ବିଜୁଳିର ତାଳେ ତାଳେ ।


ତୁମେ ତ ଭରିଛ ଚାନ୍ଦରେ ଜୋଛନା

କାକରରେ ମୁକ୍ତା ବିନ୍ଦୁ

ଏ ସାରା ଜଗତ ତୁମ ନିୟନ୍ତ୍ରଣେ

ତୁମେ ଜଗତର ବନ୍ଧୁ ।


ତୁମେ ତ ଦେଇଛ ମାଆର ମମତା

ପିତାର ଅନନ୍ତ ପ୍ରେମ

ତୁମ ପାଦତଳେ କୋଟିଏ ପ୍ରଣାମ

ହେ ପ୍ରଭୁ ଅନନ୍ତ ବ୍ରହ୍ମ ।



Rate this content
Log in