STORYMIRROR

Bidyadhar Sethi

Others

3  

Bidyadhar Sethi

Others

ଅନ୍ଧ ଧୃତରାଷ୍ଟ୍ର

ଅନ୍ଧ ଧୃତରାଷ୍ଟ୍ର

1 min
241

ନୃପତି ଅନ୍ଧ ଧୃତରାଷ୍ଟ୍ର

ଅତିଶୟ ପୁତ୍ର ମୋହେ ଅନ୍ଧ

ଧର୍ମ ଅଧର୍ମର ପଶାପାଲି ଖେଳୁଖେଳୁ

ସୁତ୍ରପାତ ହେଲା ଏକ ଭୟଙ୍କର ଯୁଦ୍ଧ ।


ପ୍ରଚଣ୍ଡ ଆକାଂକ୍ଷା ଲାଳସା ବାସନାର

ଧରାବକ୍ଷେ ଶ୍ରେଷ୍ଠ ହେବେ ଭବିଷ୍ୟତ ବଂଶଧର

ନ୍ୟାୟରେ ନଥିଲା ସ୍ବଚ୍ଛତା, ସତ୍ୟତା

ବରଂ ଭରିଥିଲା ବହଳ କପଟତା

ଇର୍ଷା ଦ୍ବେଷ ଅହମିକାର ସେ

ସ୍ବୟଂ ସୁତ୍ରଧର ।


ଅହଂକାରୀ ପୁତ୍ରଙ୍କର କଲାକର୍ମ ମାନ

ସଭା ମଧ୍ୟେ ଅବଳାର ତୀବ୍ର ଅପମାନ

ଚକ୍ଷୁ ଥାଇ ଅନ୍ଧ ମଧ୍ୟ ବୀର ଯୋଦ୍ଧାଗଣ

ପୃଥୀ ଜିଣିବାର ଦୁର୍ବାର ପ୍ରୟାସ

କିନ୍ତୁ ହାୟ......!

ଯୁଦ୍ଧ ଅନ୍ତେ ସ୍ବବଂଶ ନାଶର ବିଦାରକ ଦୃଶ୍ୟ

ଦେଖିବାକୁ ଅସମର୍ଥ ଅନ୍ଧ ଧୃତରାଷ୍ଟ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍