STORYMIRROR

Bidyadhar Sethi

Others

2  

Bidyadhar Sethi

Others

ଅନ୍ବେଷଣ

ଅନ୍ବେଷଣ

1 min
490

ଭୟଙ୍କର ଲାଗେ ମୃତ୍ୟୁ ଶବ୍ଦ

ଯାହାର ଅନ୍ୟ ନାମ ନିର୍ବାଣ, ଅବସାନ

ତେବେ ମୃତ୍ୟୁର ନିଶ୍ଚିତ ଅର୍ଥକୁ

କରିବାକୁ ହେବ ଅନ୍ବେଷଣ ।


ଜୀବ ଶେଷ ନିଶ୍ବାସ ନେଲେହିଁ ମୃତ୍ୟୁ

ଶରୀର ଅନ୍ତ ହୁଏ ସିନା

ଆତ୍ମା ଚିରନ୍ତନ

ନା ଅଛି ମୃତ୍ୟୁ ତା'ର,

ନା ଅଛି ଜନ୍ମ....!


ମରଦେହ ଯାହା ଏକ ଅଳିକ ପରିଧାନ

ତା'ପାଇଁ ମନବାଇ କାହିଁକି ଏତେ ରୋଦନ ।


ମୃତ୍ୟୁ ତ ଅନିବାର୍ଯ୍ୟ

ଜନ୍ମରୁ ମୃତ୍ୟୁ ଯାଏ

ଏ ଶାଶ୍ବତ ଜୀବନ

ଦୟା ପ୍ରେମ ଶାନ୍ତି ମୈତ୍ରୀ

ପରୋପକାର, ଅହିଁସା,

ନୁହଁକି ମାନବର ଧର୍ମ...?



ଶ୍ରୀ ବିଦ୍ୟାଧର ସେଠୀ

ବ୍ୟକ୍ତିଗତ ସହାୟକ

ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ବାଲେଶ୍ବର

ଓଡିଶା - ୭୫୬୦୦୧



Rate this content
Log in