STORYMIRROR

Anil Kumar Parhi

Others

2  

Anil Kumar Parhi

Others

ଅନାବନା କବିତା - 38

ଅନାବନା କବିତା - 38

1 min
13K


ଈଶ୍ବର

ତମେ ଥରେ ଦଳିତ ହୁଅ

ଆମକୁ ମନ୍ଦିର ଦିଅ।

କୁହ ଈଶ୍ବର

ଜାତିଧର୍ମ ତମର,

ତମେ ଇଟା, ସିମେଣ୍ଟ

ନା ସିନ୍ଦୂରବୋଳା ପଥର

ନା ବିବଦିତ ସ୍ଥଳ!

ଭିକ୍ଷୁକର ଫଟା ଥାଳର

ତମେ ପଇସା ଅଚଳ

ଅଭ୍ରଂକଶର କାନ୍ଥରେ ତମେ

ପ୍ରତୀକ ଚିତ୍ର

ସୁନ୍ଦର,

ଈଶ୍ବର ତମେ

ନଟେଇ ଅଡୁଆ ସୂତାର

ଫିଟିଗଲେ ସୀମାରେଖା

ଦଙ୍ଗା ଆଉ ଦାଗର ଫସଲ।

ଈଶ୍ବର,

ତମେ ଗମ୍ଭୀର

ଗମ୍ଭିରୀ ଘରେ

ଗଭୀର, ଗଭୀର ତମେ

ଅଥଳ ପାତାଳ।

ଈଶ୍ବର ତମେ

ପାକଲା ଦାଢିରେ ଲାଗି

ଝୁଲୁଥିବା ଓଁକାର।

ତୁମ ମସ୍ତକରେ ଶୁଖୁଥିବା

ଫୁଲଙ୍କର ରାଣ

ତମେ ଈଶ୍ବରୀୟ ନିର୍ମୋକରେ

ଛପିଥିବା ଏକ ଅଶୁଝା ଋଣ

ଅସମାପ୍ତ ରଣ।


ଅନୀଲ କୁମାର ପାଢୀ


Rate this content
Log in