STORYMIRROR

Jesu christ Muduli

Others

3  

Jesu christ Muduli

Others

ଅଳି

ଅଳି

3 mins
1.1K


ଆଜି ପରା ମହାଳୟା….

ପସରା ଦୁର୍ଗାପୂଜା ଆରମ୍ଭ ର

ଚକ୍ଷୁ ଦାନ ପାଇ ମା

ବିଛୁରିବେ ଶାନ୍ତି ଓ

ଶକ୍ତିର ଛାୟା

ଆଜି ପରା ମହାଳୟା….

ପାଇବାକୁ ଟିକେ ଦୟା

ପ୍ରଭୁ ଆମ୍ଭ ଶ୍ରୀରାମ

ପୂଜି ଥିଲେ ମାଙ୍କ ର ଚରଣ

ମୂଳଦୁଆ ଥିଲା ହେଇ

ଅଧର୍ମ ବିନାଶ ଆଉ

ଧର୍ମର ସ୍ଥାପନ

ହେ ପ୍ରଭୁ ,

ଆଜି ଅଜସ୍ର ଅସଂଖ୍ୟ

ବିଧର୍ମୀ ରାବଣ

କୋଣେ କୋଣେ ଭଣ ଭଣ

ହେଲେ କିଏ ହେବ ରାମ.!

ଲକ୍ଷ ଲକ୍ଷ ସୀତା ଆଜି

ହୁଅନ୍ତି ହରଣ 

ମଦ ମାଂସ କାମ ଚୋଟେ

ହାରନ୍ତି ଜୀବନ

ହେଲେ କାହିଁ କିଏ ହନୁମାନ..!

କରିବ ପାପି ଦହନ

ସିଂହାସନ ପାଇଁ କରନ୍ତି

ଗରିବ ମାରଣ

ସତ୍ୟ ଗୁଣ ଦୟାବନ୍ତ ବିଚ୍

ରାସ୍ତାରେ ନିଲାମ

ନିଷ୍ଠୁର ଖଣ୍ଡା ରେ ମରନ୍ତି

କେତେ ଯେ ଲକ୍ଷ୍ମଣ

କାହିଁ ଭରତ ଶାସନ..!

କାନ୍ଦୁଛି ମାଟି ମା 

କିଏ ରଖିବ ତା ସୁରକ୍ଷା ଆଉ

ତାର ଦେହର ଧ୍ୟାନ

ହେ ମାଆ ,

ତେଣୁ ଏତିକି ଅଳି ଆମ୍ଭ

ପଶୁଛୁ ଶରଣ

ଦିଅ ଦିଅ ଶକ୍ତି ମା

ଦିଅ ବୁଦ୍ଧି ଜ୍ଞାନ

ଅନ୍ୟାୟ ର ସାମ୍ନା ପାଇଁ

କର ଶକ୍ତ ହନୁମାନ

ଭରତ ର ଦିଅ ମନ ରଖିବୁ

ମାଟି ର ମାନ

ରାମ ପରି ସୁପୁତ୍ର କର

ଜଣ ଜଣ

ପୁଣି ଫେରିବେ ଲକ୍ଷ୍ମଣ

ପୁଣି ହେବ ଧର୍ମ ସଂସ୍ଥାପନ

ହେ ମା, 

ଦେଖାଅ ତୁମ ଦିବ୍ୟ ଶକ୍ତି 

ପୁଣି ରଚ ସେହି ମାୟା

ହୁଅ ସାହା 

ପାଇଲେ ତୁମର ଦୟା

ହସିବ ତୁମର ସୃଷ୍ଟି

ହସିବ ଆମ ଦୁନିଆଁ

ତେବେ ସିନା ବହିବ

ଶରତେ କାଶତଣ୍ଡି ବାହା

ଆଉ ହେବ ସାର୍ଥକ

ପୁଣି ଦଶହରା ଆଉ

ଏହି ମହାଳୟା…..।।।


Rate this content
Log in